ମୁମ୍ୱାଇ: ଓଡ଼ିଶାରେ ହୋଇଥିବା ଫୋନିର ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଛି । ଏନେଇ ବିଭିନ୍ନ ମହଲରୁ ସମସ୍ତେ ସହାୟତାର ହାତ ବଢାଉଛନ୍ତି । ଆଉ ଏଥିରେ ବାଦ ପଡ଼ିନାହାନ୍ତି ବଲିଉଡ ଷ୍ଟାର ବିଗ୍ ବି । ଅମିତାଭ୍ ବଚ୍ଚନ ନିକଟରେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟରେ ସେ ଏକ କବିତା ଲେଖି ଟ୍ୱିଟ୍ କରିଛନ୍ତି ଏବଂ ଲୋକଙ୍କୁ ଅପିଲ୍ କରିଛନ୍ତି ଯେ ମୁଁ ସିଏମ୍ ଫଣ୍ଡକୁ ଡୋନେଟ୍ କରିସାରିଛି । ଆପଣ ମଧ୍ୟ ଫୋନି ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ସିଏମ୍ ରିଲିଫ୍ ଫଣ୍ଡକୁ ଡୋନେଟ୍ କରନ୍ତୁ ।
T 3154 - 'चाहे जितना भी हो प्रचंड तूफ़ान हर तूफ़ान से लड़ेंगे हम न अकेले तुमको छोड़ा था, न अकेले कभी छोड़ेंगे हम जो घर उजड़ गए, उन्हें फिर से बसायेंगे हम हर चोट पर मरहम लगाएंगे हम' Donate generously to CM Relief Fund .. I DID !!https://t.co/FiwUel4F0h
— Amitabh Bachchan (@SrBachchan) May 5, 2019
ଅମିତାଭ୍ ଙ୍କ ଏହି ଟ୍ୱିଟ୍ ଆସିବା ପରେ ଏବେ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଯାଇଛି । ଏହି ଟ୍ୱିଟ୍ ରେ ସେ ଏକ ଲିଙ୍କ୍ ମଧ୍ୟ ସେୟାର୍ କରିଛନ୍ତି । ଯେଉଁଥିରେ ଯାଇ ଆପଣ ଟଙ୍କା ଡୋନେଟ୍ କରିପାରିବେ । ଓଡିଶାରେ ଫୋନି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ପାଇଁ ଅମିତାଭ୍ ବଚ୍ଚନ ଟଙ୍କା ଡୋନେଟ୍ କରିଛନ୍ତି ।
