
ମୁମ୍ବାଇ :ଦୀର୍ଘଦିନ ପରେ ମଇଦାନକୁ ଓହ୍ଲାଇଛନ୍ତି ଭାଇଜାନ୍ ସଲମାନ୍ ଖାନ୍ । କରୋନା ମହାମାରୀ ପାଇଁ ସମସ୍ତ ସୁଟିଂ ବନ୍ଦ ରହିଥିଲା । ଏବେ ପରିସ୍ଥିତିରେ କିଛିଟା ସୁଧାର ଆସିବା ପରେ ଧିରେଧିରେ ପୁଣି ସୁଟିଂସେଟକୁ ଫେରୁଛନ୍ତି ଫିଲ୍ମ ନିର୍ମାତା ଏବଂ ଅଭିନେତା-ଅଭିନେତ୍ରୀ ମାନେ । ପ୍ରାୟ ୬ ମାସ ପରେ ଭାଇଜାନ୍ ପୁଣି ଥରେ ସୁଟିଂ ପାଇଁ ସଜବାଜ ହୋଇ ବାହାରିଛନ୍ତି । ନିକଟରେ ସେ ‘ରାଧେ-ଇୟୋର ମୋଷ୍ଟ ୱାଟେଂଡ୍ ଭାଇ’ ଫିଲ୍ମର ସୁଟିଂରେ ଯୋଗ ଦେଇଛନ୍ତି । ଦୀର୍ଘଦିନର ଅପେକ୍ଷା ପରେ ପୁଣି ସେ ମଇଦାନକୁ ଓହ୍ଲାଇଥିବାରୁ ବେଶ୍ ଖୁସି ଅନୁଭବ କରୁଥିବା ଜଣାପଡୁଛି । ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ଏକ ଫଟୋ ସେୟାର କରି ଲେଖିଛନ୍ତି ପ୍ରାୟ ସାଢେ ୬ ମାସ ପରେ ସୁଟିଂକୁ ଫେରିବା ପରେ ବହୁତ୍ ଭଲ ଅନୁଭବ କରୁଛି । ଏହା ପୂର୍ବରୁ ଦିଶା ପଟାନି ଏହି ଚଳଚିତ୍ରର ସୁଟିଂରେ ପହଁଚିଥିଲେ । କରୋନା ମହାମାରୀ ପାଇଁ ସରକାର ଅନେକ ନିୟମାବଳୀ ଲାଗୁ କରିଥିଲେ । ପ୍ରତ୍ୟେକ କ୍ଷେତ୍ରରେ କଟକଣା ଜାରି ରହିଥିଲା । ପରିସ୍ଥିତି କିଛି ମାତ୍ରାରେ କୋହଳ ହେବାରୁ ପୁଣି ସରକାର ଅଳ୍ପ ଲୋକଙ୍କୁ ନେଇ ସୁଟିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଆଧାର କରି ଫିଲ୍ମ ନିର୍ମାତା ମାନେ ଫିଲ୍ମର ସୁଟିଂ ଆରମ୍ଭ କରିଥିବା ବେଳେ ,ଏବେ ଫିଲ୍ମ ରାଧେ ଜରିଆରେ ନିଜର ଜଲୱା ଦେଖାଇବାକୁ ଏକଦମ୍ ତେୟାର ହୋଇ ସୁଟିଂ ଆରମ୍ଭ କରିଛନ୍ତି ଭାଇଜାନ୍ ସଲମାନ୍ ଖାନ୍ ।
