ଏହି ଫିଲ୍ମ ସେପ୍ଟେମ୍ବର 30 ତାରିଖ ଦିନ ସିନେମା ହଲରେ ରିଲିଜ ହୋଇଥିଲା । ଏହି ଫିଲ୍ମଟି କନ୍ନଡ ଭାଷା ସହିତ ହିନ୍ଦୀ, ତେଲୁଗୁ, ମଲାୟାଲମ ଭାଷାରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିବାରେ ଲାଗିଛି ।
ବର୍ତ୍ତମାନ ସୁପରଷ୍ଟାର ରଜନୀକାନ୍ତ ଏହି କାନ୍ତାରା ଫିଲ୍ମର ଭୂୟସୀ ପ୍ରଶଂସା କରିଛନ୍ତି । ସେ ଏହି ଫିଲ୍ମକୁ ଦେଖିବା ପରେ ଅତ୍ୟନ୍ତ ଖୁସି ହୋଇଛନ୍ତି ଓ ଫିଲ୍ମର ଅଭିନେତା ରିଷଭ ଶେଟ୍ଟୀଙ୍କୁ ଏକ ସୁନାର ଚେନ୍ ଉପହାର ଦେଉଛନ୍ତି ।
ତେବେ ଏହା ଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତାଙ୍କର ଏହି ଫିଲ୍ମ ସମ୍ପର୍କରେ ତାଙ୍କର ମନ୍ତବ୍ୟ । ରଜନୀକାନ୍ତ ଏହି ଫିଲ୍ମ ସମ୍ପର୍କରେ ତାଙ୍କର ମନ୍ତବ୍ୟ ଦେଇ କହିଛନ୍ତି ଯେ – କାନ୍ତାରା ଭଳି ଫିଲ୍ମ ପ୍ରତିବର୍ଷ ତିଆରି ହୋଇ ପାରେ ନାହିଁ । କାନ୍ତାରା ଭଳି ଫିଲ୍ମ ପ୍ରତି 50 ବର୍ଷରେ ଥରେ ତିଆରି ହୁଏ ।
ସେ ଟ୍ୱିଟରରେ ଏହି ଫିଲ୍ମକୁ ଖୁବ ପ୍ରଶଂସା କରିଥିଲେ । ଏବେ ଏହି ସୂଚନା ମିଳିଛି ଯେ ରଜନୀକାନ୍ତ ରିଷଊ ଶେଟ୍ଟୀଙ୍କୁ ଏକ ଦାମିକିଆ ସୁନା ଚେନ ମଧ୍ୟ ଉପହାର ସ୍ୱରୂପ ପ୍ରଦାନ କରିବା ସହ ଫିଲ୍ମକୁ ନେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କାନ୍ତାରା ଫିଲ୍ମର ଅଭିନେତା ଋଷଭ ରଜନୀକାନ୍ତଙ୍କ ସହ ତାଙ୍କର ଘରେ ତାଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ଋଷଭ କହିଥିଲେ ଯେ “ମୁଁ ତାଙ୍କୁ ଭେଟିଲି ଓ ତାଙ୍କ ସହ ପାଖାପାଖି ଏକ ଘଂଟା ବିତାଇଲି । ଏହା ମୋ ପାଇଁ ଏକ ଖୁବ ବଡ ମହୁର୍ତ ଥିଲା । ସେ ମୋ ସହ ପ୍ରତ୍ୟେକ ସିନ ବିଷୟରେ କଥାବାର୍ତା କଲେ । ଏହି ସିନ ଗୁଡିକୁ ମୁଁ କିପରି କଲି ସେ ବିଷୟରେ ପଚାରିଲେ । ତାଙ୍କର ଆଧ୍ୟାତ୍ମିକ ଯାତ୍ରା ସମ୍ପର୍କରେ ମଧ୍ୟ ସେ ଆଲୋଚନା କଲେ । ମୋ ପାଇଁ ଏହା ଅଦଭୁତ କ୍ଷଣ ଥିଲା । ”
ଏହା ପୂର୍ବରୁ ରଜନୀକାନ୍ତ ନିଜେ ଟ୍ୱିଟରରେ ମଧ୍ୟ ଏହି ଫିଲ୍ନକୁ ଅତ୍ୟନ୍ତ ଭଲ ବୋଲି କହି ପ୍ରଶଂସା କରିଥିଲେ ଓ ଫଟୋ ମଧ୍ୟ ଶେୟାର କରିଥିଲେ । ଗୋଟିଏ ଫଟୋରେ ରିଷଭ ରଜନୀକାନ୍ତଙ୍କୁ ପାଦ ଛୁଇଁ ପ୍ରଣାମ କରୁଥିବା ଓ ରଜନୀକାନ୍ତ ତାଙ୍କୁ ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳୁଥିଲା । ଅନ୍ୟ ଫଟୋରେ ସେ ରିଷଭଙ୍କୁ ଉତ୍ତରୀୟ ପିନ୍ଧାଇ ସମ୍ମାନିତ କରିବା ଦେଖିବାକୁ ମିଳିଥିଲା ।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ବେଙ୍ଗାଲୁରୁ ଲଠାରେ ଚାଲିଥିବା ଗ୍ଲୋବାଲ ଇନଭେଷ୍ଟର ମିଟ୍ ରେ କାନ୍ତାରା ଫିଲ୍ମର ପ୍ରଶଂସା କରିଥିଲେ ।
ସେ କହିଥିଲେ ଯେ ମାତ୍ର 16 କୋଟି ଟଙ୍କା ବ୍ୟୟରେ ନିର୍ମିତ କାନ୍ତାରା ଫିଲ୍ମରେ କର୍ଣ୍ଣାଟକର କଳା, ସଂସ୍କୃତିକୁ ଅତ୍ୟନ୍ତ ସୁନ୍ଦରତାର ସହ ପ୍ରଦର୍ଶିତ କରାଯାଇଛି । ଏହି ଫିଲ୍ମ 3 ଶହ କୋଟି ଟଙ୍କାର ବିଜନେସ କରିସାରିଲାଣି।