ମୁମ୍ବାଇ: ଟିଭି ସିରିୟଲ ‘କହି ତୋ ହୋଗା’ ଆପଣଙ୍କୁ ମନେ ଥିବ । ଏହି ସିରିୟଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା କଶିଶ୍ ଚରିତ୍ର ମଧ୍ୟ ଆପଣଙ୍କର ମନେ ଥିବ । ଏହି ସିରିୟଲରେ ଅଭିନୟ କରି ଦର୍ଶକଙ୍କ ଦିଲ୍ ଜିତିଥିଲେ ଏହି ଅଭିନେତ୍ରୀ । କିନ୍ତୁ ଏବେ ଗ୍ଲାମର ଦୁନିଆରୁ ନିଜକୁ ଦୂରେଇ ରଖିଛନ୍ତି କଶିଶ୍ । ଗୋଟିଏ ଦୁଇଟି ସିରିୟଲ ପରେ ଢେର୍ ସଫଳତା ପାଇଥିଲେ ମାତ୍ର ଗ୍ଲାମର ଦୁନିଆରୁ କାହିଁକି ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ ତାହା ଅନେକଙ୍କୁ ଅଜଣା ।
କଶିଶଙ୍କର ପ୍ରକୃତ ନାମ ଆମନା ଶରିଫ୍ । ଆମନା 2003ରେ ଟେଲିଭିଜନ ସୋରୁ କ୍ୟାରିୟର ଆରମ୍ଭ କରିଥିଲେ । ହୋଗେ ଜୁଦା ନା ହମ୍ ଓ ନାୟିକା ସିରିୟଲରେ ସେ କାମ କରିଥିଲେ । 10 ବର୍ଷ ପର୍ଯ୍ୟନ୍ତ ସେ ଟେଲିଭିଜନରେ ଅଭିନୟ କରିଥିଲେ କିନ୍ତୁ 2013ରେ ସେ ଗ୍ଲାମର ଦୁନିଆରୁ ଦୂରେଇ ଯାଇଥିଲେ ।

ଆମନା ନିଜ ବୟଫ୍ରେଣ୍ଡ ଅମିତ କପୁରଙ୍କୁ ବିବାହ କରିଥିଲେ । ଏହାପୂର୍ବରୁ ଉଭୟେ ପରସ୍ପରକୁ ଡେଟ କରୁଥିଲେ । ବିବାହ ପରେ ଆମନା ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ । ଏବେ ସେ ନିଜର ଫ୍ୟାମିଲିରେ ବ୍ୟସ୍ତ । 2015ରେ ଆମନା ମାଆ ହୋଇଥିଲେ । ନିଜ ପୁଅର ନାମ ଆର୍ଯ୍ୟନ କପୁର ରଖିଥିଲେ ।
ବିବାହ ପୂର୍ବରୁ ଆମନାକୁ ତାଙ୍କର କୋଷ୍ଟାରଙ୍କ ସହ ଯୋଡା ଯାଇଥିଲା ରାଜୀବ ଖଣ୍ଡେଲୱାଲଙ୍କ ସହ ତାଙ୍କ ନାମ ଯୋଡାଯାଇଥିଲା । ଏହାପରେ ଅଭିନେତ୍ରୀ ଜଣକ ଆକ୍ଟିଂ କ୍ୟାରିୟର ଛାଡି ଆଲବମରେ ଅଭିନୟ କରିଥିଲେ । ଏହାପରେ କିଛି ହିନ୍ଦି ଫିଲ୍ମରେ ମଧ୍ୟ କାମ କରିଥିଲେ ଆମନା ।
2014ରେ ସେ ଏକ ଭିଲେନରେ ନଜର ଆସିଥିଲେ । ରିତେଶ ଦେଶମୁଖଙ୍କ ପତ୍ନୀ ଭୂମିକାରେ ସେ ଅଭିନୟ କରିଥିଲେ । ଏହା ସହିତ ଆଲୁଚାଟ, ଆଓ ୱିସ୍ କରେ, ଶକ୍ଲ ପେ ମତ ଯା ପରି ଫିଲ୍ମରେ ଅଭିନୟ କରିଥିଲେ ।
