କାଦର ଖାନଙ୍କ ପୁଅ ସରଫରାଜ୍ ଖାନ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ତାଙ୍କ ଅନ୍ୟ ପୁଅ ମାନେ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଲେ । କାଦର ଖାନ୍ ଚାହୁଁନଥିଲେ ଯେ, ତାଙ୍କ ପୁଅ ମାନେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯାଆନ୍ତୁ ବୋଲି । ତେବେ ସରଫରାଜ୍ ନିଜେ ନିଜର ପରିଚୟ ସୃଷ୍ଟି କରିଥିଲେ ।
କାଦର ଖାନ୍ ଏକ ଷ୍ଟାର କିଡ୍ ଭାବେ ପୁଅ ସରଫରାଜ୍ ଏବଂ କଦ୍ଦୁଶଙ୍କୁ ଲଞ୍ଚ କରିପାରିଥାନ୍ତେ , କିନ୍ତୁ ସେ ଏମିତି କିଛି କରି ନଥିଲେ । ଅଭିନେତା ଭାବେ ତାଙ୍କ ଘରେ ଏକ ଅଭିନୟର ମାହୋଲ ଥିଲା । ଛୋଟବେଳେ ଯେତେବେଳେ ତାଙ୍କ ପୁଅ ସରଫରାଜ୍ ଟିଭି ଦେଖୁଥିଲେ ସେତେବେଳେ ତାଙ୍କର ମନ କରୁଥିଲା କି ସେ ବି ଅଭିନୟ କରିବେ । ଏହାକୁ ଦେଖି ସେ ମଧ୍ୟ ଆକ୍ଟର ହେବା କଥା ଭାବୁଥିଲେ । ହେଲେ ସେ ତାଙ୍କର ଏହି ସ୍ୱପ୍ନ ବିଷୟରେ କେବେବି ପିତାଙ୍କ ସାମ୍ନାରେ କହି ପାରି ନଥିଲେ । କାଦର ଖାନ୍ ଚାହୁଁ ନଥିଲେ ଯେ, ତାଙ୍କ ପୁଅମାନେ କଳାକାର ହୁଅନ୍ତୁ ।
ତେବେ ସରଫରାଜ୍ ଖାନ୍ ଫିଲ୍ମରେ ନିଜର ପରିଚୟ ସୃଷ୍ଟି କରି ପାରି ନଥିଲେ ସତ, ହେଲେ ସେ ଅଭିନେତା ସଲମାନ୍ ଖାନଙ୍କ ଫିଲ୍ମ’ତେରେ ନାମ୍’,’ୱାଣ୍ଟେଡ୍’ ଫିଲ୍ମରେ କାମ କରିଛନ୍ତି । ଏହାପରେ ସରଫରାଜ୍ ଖାନ୍ ଏବେ ନିଜର ଏକ ଆକ୍ଟିଙ୍ଗ୍ ଏକାଡେମି ଚଳାଉଛନ୍ତି ।