ତାଙ୍କ ବନ୍ଧୁତାର କାହାଣୀ ମଧ୍ୟ ବେଶ ହୃଦୟସ୍ପର୍ଶି । ପ୍ରକୃତରେ ଅଜୟ ଦେବଗନ୍ ଯେତେବେଳେ ‘ମେଜର ସାବ୍’ ସୁଟିଂ କରୁଥିଲେ, ସେତେବେଳେ ଅଭିଷେକ୍ ବଚ୍ଚନ ପ୍ରଡକ୍ସନ ବୟ ଭାବେ କାମ କରୁଥିଲେ । ତେବେ ଅଷ୍ଟ୍ରିଆରେ ଏହି ଫିଲ୍ମର ଏକ ଗୀତର ସୁଟିଂ ହେବାର ଥିଲା । ପ୍ରଡକ୍ସନ ବୟ ହୋଇଥିବାରୁ ଅଭିଷେକ, ଅଜୟଙ୍କୁ ଏୟାରପୋର୍ଟରୁ ନେଇ ହୋଟେଲରେ ରଖିବାର ଦାୟିତ୍ବ ଦିଆ ଯାଇଥିଲା ।
ଅଜୟ ଦେବଗନ୍ କହିଥିଲେ ଯେ, ଅଜୟ ହୋଟେଲରେ ପହଞ୍ଚିବା ପରେ ମଦ୍ୟପାଦ କରିବାକୁ ତଳକୁ ଯାଇଥିଲେ । ଏବଂ ଯେତେବେଳେ ସେ ଅଭିଷେକଙ୍କୁ ପିଇବାକୁ ଅଫର କରିଥିଲେ, ସେତେବେଳେ ସେ ମନା କରି ଦେଇଥିଲେ । ଏହାପରେ ପରଦିନ ପୁଣି ଅଜୟ ଅଭିଷେକଙ୍କୁ ପିଇବାକୁ ଅଫର କରିଥିଲେ । ଏହାପରେ ଅଭିଷେକ୍ କହିଥିଲେ ଯେ, ‘ଯଦି ତୁମେ ପାପାଙ୍କୁ ନକହିବ ତ ମୁଁ ପିଇବି ‘ । ଏହାପରେ ସେ ତାଙ୍କ ପାଇଁ ଡ୍ରିଙ୍କ ଅର୍ଡର କଲେ ।
କାହିଁକି ମଦ୍ୟପାନ ଦରକାର ବୋଲି ଅଭିଷେକ ପ୍ରକାଶ କରି କହିଥିଲେ ଯେ, ସେ ଜଣେ ପ୍ରଡକ୍ସନ୍ ବୟ ହେବା ପରେ, ଲଗାତାର ଭୁଲ୍ କରୁଥିଲେ । ଏୟାରପୋର୍ଟରୁ ହୋଟେଲ ପର୍ଯ୍ୟନ୍ତ ଅଜୟ ଦେବଗନଙ୍କ ପାଇଁ ଏକ କାର ବୁକ୍ କରିବାକୁ ଭୁଲି ଯାଇଥିଲେ। ତାପରେ ସେ ଟ୍ୟାକ୍ସିର ବ୍ୟବସ୍ଥା କରିଥିଲେ। କିନ୍ତୁ ହୋଟେଲରେ ପହଞ୍ଚିବା ପରେ ମନେ ପଡିଗଲା ଯେ, ସେ ଅଜୟଙ୍କ ପାଇଁ ଏକ ରୁମ୍ ବୁକ୍ କରିବାକୁ ମଧ୍ୟ ଭୁଲି ଯାଇଛନ୍ତି। ଏହା ପରେ ଅଭିଷେକ ନିଜର ଜିନିଷପତ୍ର ରୁମ୍ରୁ ଫିଙ୍ଗି , ଅଜୟ ଦେବଗନଙ୍କୁ ସେ ରୁମ୍ ରହିବାକୁ ଦେଇଥିଲେ। ଯାହା ଫଳରେ ଅଭିଷେକଙ୍କୁ ସେହି ରାତିରେ ହୋଟେଲ ବାହାର ଫୁଟପାଥରେ ଶୋଇବାକୁ ପଡିଥିଲା। ଏହି କାରଣରୁ ଅଜୟଙ୍କ ସହ ବସି ମଦ୍ୟପାନ କରିଥିଲେ ସେ । ଏହି ଘଟଣା ପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଗଢି ଉଠିଥିଲା ।