କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ନୂଆଦିଲ୍ଲୀ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଡ୍ରଗ୍ସ କେସ୍ରେ ଗିରଫ ହୋଇଥିବା ଅଭିନେତା ଏଜାଜ୍ ଖାନ୍ , କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ତାଙ୍କୁ ଏକ ହସ୍ପିଟାରେ ଭର୍ତ୍ତି କରାଯାଇଛି । ଖବର ଅନୂଯାୟୀ, ଏବେ ଏହି ଯାଞ୍ଚରେ ସାମିଲ ଥିବା ସମସ୍ତ ଅଧିକାରୀଙ୍କୁ ମଧ୍ୟ ନିଜ ନିଜର କରୋନା ଟେଷ୍ଟ କରାଇବାକୁ ହେବ ।
ଏନ୍ସିବି ଏହି ସମସ୍ତ ତଥ୍ୟର ସୂଚନା ଦେଇଛି । ଏବଂ ଏଜାଜ୍ ଖାନଙ୍କୁ ପଚରାଉଚୁରା ଅଧିକାରୀଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇବାକୁ କୁହାଯାଇଛି ।
ପ୍ରକାଶ ଥାଉକି, ଅଭିନେତା ଏଜାଜ୍ ଖାନ୍ ଅନେକ୍ ଫିଲ୍ମରେ କାମ କରିବା ସହିତ, ସେ ବିଗ୍ବସ୍ ସିଜିନ୍ ୭ରେ ୱାଇଲ କାର୍ଡ ଏଣ୍ଟ୍ରି କରିଥିଲେ, ଏବଂ ଦ୍ୱିତୀୟ ରନରଅପ୍ ମଧ୍ୟ ହୋଇଥିଲେ ।