ନୂଆଦିଲ୍ଲୀ : ଦୁନିଆଁକୁ ଅଲ୍ବିଦା କହିଲେ ପୁଣି ଜଣେ ହିନ୍ଦୀ କଳାକାର । ‘ଶଶୁରାଲ ସିମର କା’ଭଳି ଟିଭି ସିରିଏଲରେ ନଜର ଆସିଥିବା କଳାକାର, ଆଶେଷ ରୟଙ୍କର ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଆଜି ଭୋର ସମୟରେ ତାଙ୍କ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଡ୍ନୀ ରୋଗରେ ପିଡିତ ଥିଲେ ଅଭିନେତା ଆଶେଷ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ , ଏହା ସହିତ ତାଙ୍କର ଡାଇଲିସିସ୍ ମଧ୍ୟ କରାଯାଉଥିଲା । ଆର୍ଥିକ ଅବସ୍ଥା ମଧ୍ୟ ତାଙ୍କର ଭଲ ନଥିଲା ।
ଆଶେଷ ରହୁଥିବା ଜୋଗେଶ୍ୱରୀର ପାଟଳିପୁତ୍ର ବିଲ୍ଡିଂର ସୁକ୍ୟୁରିଟି ଗାର୍ଡଙ୍କ କହିବା ଅନୁଯାୟୀ, ଆଜି ଭୋର ୩.୪୫ରେ ତାଙ୍କର ଦେହାନ୍ତ ହୋଇଛି । ଦୁଇଥର ହାକୁଟି ଦେବା ପରେ ସେ ତଳେ ପଡିଯାଇଥିଲେ । ଆଜି ବିଳମ୍ବିତ ସଂଧ୍ୟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ : ଅଭିନେତା ଆଶେଷ ‘ଶଶୁରାଲ ସିମର କା’ ଭଳି ଆହୁରି ଅନେକ ଟିଭି ସିରିଏଲରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ହେଲେ ଏବେ ଆଉ ଦେଖିବାକୁ ମିଳିବନି ତାଙ୍କ ଅଭିନୟର ଯାଦୁ ।