ଆୟୁଷ୍ କେବଳ ଏହି ଫଟୋ ସେୟାର କରି ନାହାଁନ୍ତି ବରଂ ଏହା ସେହିତ ସେ ଲେଖିଛନ୍ତି ଯେ, “ହାପି ଆନିଭର୍ସାରି ମାଇଁ ଲଭ୍ ଅର୍ପିତା ଖାନ୍ ଶର୍ମା....ଆମ ବିବାହକୁ ୬ ବର୍ଷ ହୋଇ ଯାଇଛି କିନ୍ତୁ ମତେ ଏମିତି ଲାଗୁଛି , ଯେମିତି ମୁଁ ତୁମକୁ ଜନ୍ମ-ଜନ୍ମାନ୍ତରରୁ ଜାଣିଛି । ତୁମ ପରି ସାଥି ପାଇ ମୁଁ ଧନ୍ୟ ମନେକରୁଛି । ସବୁବେଳେ ତୁମ ପାଇଁ ମୋର ଢେର୍ସାରା ଭଲପାଇବା” ।
ଦୁହିଁଙ୍କ ବିବାହର ୬ ବର୍ଷ ମଧ୍ୟରେ ଏମିତି ପ୍ରଥମ ଥର ପାଇଁ ହୋଇଛି ଯେ, ସେ ତାଙ୍କ ବିବାହ ବାର୍ଷିକୀରେ ପତ୍ନୀଙ୍କ ଠାରୁ ଦୂରରେ ଅଛନ୍ତି । ଆୟୁଷ୍ ଶର୍ମା ଏବେ ତାଙ୍କର ଅପକମିଙ୍ଗ୍ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ।
ଆୟୁଷ୍ ଓ ଅର୍ପିତାଙ୍କର ଦୁଇଟି ସନ୍ତାନ ରହିଛନ୍ତି । ପତି-ପତ୍ନୀ ଉଭୟ ସବୁବେଳେ ପିଲାମାନଙ୍କର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବା ଦେଖିବାକୁ ମିଳେ ।