ନିକଟରେ ଏକ ଇଣ୍ଟରଭ୍ୟୁରେ ଗୋବିନ୍ଦା ତାଙ୍କର ଓ କୃଷ୍ଣା ଅଭିଶେକ୍ଙ୍କ ବିଷୟରେ କିଛି କହିଛନ୍ତି । ସେ କୃଷ୍ଣାଙ୍କ ବିଷୟରେ କହିଛନ୍ତି ଯେ, ‘ମତେ ଜଣା ନାହିଁ କିଏ ତାଙ୍କ ଏସବୁ କରାଉଛି । ନଚେତ୍ ସେ ବହୁତ୍ ଭଲ ମଣିଷ । ସେ ଏସବୁ କରି ନାଁ କେବଳ ମଜା କରୁଛନ୍ତି ତାହା ନୁହେଁ, ବରଂ ମୋର ଇମେଜ୍ ମଧ୍ୟ ଖରାପ୍ କରୁଛି । ଯିଏ ଏହା ପଛରେ ଅଛନ୍ତି ସେ ଚାହୁଁଛନ୍ତି ଯେ, ଆମ ଭିତରେ କେବେ କିଛି ଠିକ୍ ନରହୁ ‘ ।
ପ୍ରକାଶ ଥାଉକି, ଗୋବିନ୍ଦା ଏବଂ ତାଙ୍କ ଭଣଜା କୃଷ୍ଣା ଅଭିଶେକଙ୍କ ମଧ୍ୟରେ,ଗତ କିଛି ଦିନ ଧରି ବିବାଦ ଲାଗି ରହିଛି । ଦୁହିଁଙ୍କ ମଧ୍ୟରେ ଏପରି ମଧ୍ୟ ହୋଇଛି , ଯେତେବେଳେ ‘ଦ କପିଲ ଶର୍ମା ଶୋ’ରେ ଗୋବିନ୍ଦା ଯାଇ ପହଞ୍ଚନ୍ତି , ସେତେବେଳେ କୃଷ୍ଣା ସେହି ଏପିସୋଡରୁ ଗାଏବ୍ ହୋଇ ଯାଆନ୍ତି । ଏପରି ଥରେ ନୁହେଁ ଦୁଇଥର ହୋଇ ସାରିଛି ।
ଏହି ମାମଲାରେ କୃଷ୍ଣା ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ‘ମାମୁଁ ଗୋବିନ୍ଦାଙ୍କ ସହ ମୁଁ ଏପିସୋଡ କରିବାକୁ ମନା କରିଥିଲି । କାହିଁକି ନାଁ ,ଆମ ମଧ୍ୟରେ କିଛି ମତଭେଦ ଅଛି । ମୁଁ ଚାହୁଁ ନଥିଲି ଯେ, ଆମ ମଧ୍ୟରେ ଥିବା ମତଭେଦ କାରଣରୁ ,ଏହାର ପ୍ରଭାବ ଶୋ’ରେ ପଡୁ ବୋଲି ।