ଫିଲ୍ମ ‘କଟି ବଟି’ରେ ଇମ୍ରାନ୍ ଖାନ୍ ଅଭିନେତ୍ରୀ କଙ୍ଗନାଙ୍କ ସହିତ କାମ କରିଥିବା ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ସେ ଫିଲ୍ମ ‘ଜାନେ ତୁ ୟା ଜାନେ ନାଁ’, ‘କିଡନାପ୍’, ‘ଆଇ ହେଟ୍ ଲଭ୍ ଷ୍ଟେରୀ’ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ‘ଦିଲ୍ଲୀ ବେଲ୍ଲୀ‘ ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ ।
ଅଭିନୟ ଛାଡିବେ ଅଭିନେତା ଇମ୍ରାନ୍

ନୂଆଦିଲ୍ଲୀ : ଅଭିନୟ ଛାଡିବେ ଅଭିନେତା ଇମ୍ରାନ୍ ଖାନ୍ । ଇମ୍ରାନ୍ଙ୍କ ବେଷ୍ଟ ଫ୍ରେଣ୍ଡ୍ ଏବଂ ଆକ୍ଟର ଅକ୍ଷୟ ଓବେରୋଇ ଏକ ନ୍ୟୁଜ୍ ପୋର୍ଟାଲକୁ ଦେଇଥିବା ଇଣ୍ଟରଭ୍ୟୁରେ ଏ ବିଷୟରେ ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବିକ୍ , ଇମ୍ରାନ୍ ଖାନ୍ ଏବେ ଅଭିନୟ ନକରିବାର ନିଷ୍ପତି ନେଇଛନ୍ତି । ସେ କହିଛନ୍ତି, ମୋର ବେଷ୍ଟ ଫ୍ରେଣ୍ଡ ଇମ୍ରାନ୍ ଏବେ ଆଉ ଆକ୍ଟର ନୁହେଁ , ସେ ଏବେ ଆକ୍ଟିଙ୍ଗ୍ ଛାଡି ଦେଇଛନ୍ତି । ସେ ହେଉଛନ୍ତି ମୋର ସବୁଠାରୁ ଘନିଷ୍ଠ ବନ୍ଧୁ । ଆମେ ଦୁହେଁ ଦୁହିଁଙ୍କୁ ଦୀର୍ଘ ୧୮ ବର୍ଷରୁ ଜାଣିଛୁ । ଆକ୍ଟିଙ୍ଗ ପରିବେର୍ତ୍ତ ତାଙ୍କ ଭବିଷ୍ୟତ ଯୋଜନା କ’ଣ ? ଏହି ପ୍ରଶ୍ନର ଉତ୍ତରରେ ଅକ୍ଷୟ ସିଧା ଉତ୍ତର ଦେଇ ନଥିଲେ । କିନ୍ତୁ ତାଙ୍କର ପୂରା ବିଶ୍ୱାସ ଯେ, ଇମ୍ରାନ୍ ଏବେ ଅଭିନୟ ଛାଡି ଡିରେକ୍ସନ୍ ଦୁନିଁଆରେ ପାଦ ଥାପି ପାରନ୍ତି ।
Download Argus News App
