ନୂଆଦିଲ୍ଲୀ : ଫିଲ୍ମ ’ଛିଛୋରେ’ ସମେତ ଅନେକ ହିନ୍ଦୀ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଅଭିଳାଷା ପାଟିଲଙ୍କର କରୋନାରେ ଦେହାନ୍ତ ହୋଇଛି । ଗତ ମଙ୍ଗଳବାର ଦିନ ସେ ଏ ଦୁନିଆଁକୁ ଛାଡି ଚାଲି ଯାଇଛନ୍ତି ଆରପାରିକୁ । ଖବର ଅନୁଯାୟୀ ଅଭିଳାଷା ଏକ ସୁଟିଂ ପାଇଁ ବନାରସ ଯାଇଥିଲେ । ସେଠାରୁ ସେ ମୁମ୍ବାଇ ଫେରିବା ପରେ ,ତାଙ୍କଠାରେ କରୋନାର କିଛି ଲକ୍ଷଣ ଦେଖା ଦେଇଥିଲା । ଏହାପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା ।
ଏହାପରେ ସେ ହୋମ୍ କ୍ବାରେଣ୍ଟାଇନରେ ରହି, ନିଜର ଟ୍ରିଟମେଣ୍ଟ ଜାରି ରଖିଥିଲେ । ହେଲେ ତାଙ୍କର ନିଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଗତ ମଙ୍ଗଳବାର ଦିନ ତାଙ୍କର ଦେହାନ୍ତ ହୋଇଛି ।
ତାଙ୍କ ଦେହାନ୍ତରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଫ୍ୟାନଙ୍କ ମାନଙ୍କ ଠାରୁ ଆରମ୍ଭ କରି ଅନେକ୍ ସେଲିବ୍ରେଟି ଶୋକ ବ୍ୟକ୍ତ କରୁଛନ୍ତି ।