ପିଏମ୍ କିଶାନରେ ଯୋଜନାକୁ ନେଇ ଚାଷିଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ : ଟେଲି ଅଭିନେତ୍ରୀ ଅନିତା ହସନନ୍ଦାନି ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଅନିତା ଏବଂ ତାଙ୍କ ସ୍ୱାମୀ ରୋହିତ୍ ରେଡ୍ଡି , ବାପା-ମା’ ହେବାର ଖୁସିଖବରକୁ ତାଙ୍କ ସ୍ୱାମୀ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସମାନଙ୍କୁ ଜଣାଇଥିଲେ । ଏହାପରେ ଫ୍ୟାନ୍ସମାନେ ମଧ୍ୟ ତାଙ୍କ ପୁତ୍ର ସନ୍ତାନର ପ୍ରଥମ ଝଲକ୍ ଦେଖିବାକୁ ଅପେକ୍ଷା କରିଥିଲେ । ତେବେ ଅନିତାଙ୍କ ସ୍ୱାମୀ ତାଙ୍କ ପୁଅର ପ୍ରଥମ ଝଲକ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି ।
ପୁଅର ପ୍ରଥମ ଝଲକ ସେୟାର କରି ସେ ଫ୍ୟାନ୍ସଙ୍କ ଉତ୍ସୁକତାକୁ ଆହୁରି ବଢାଇ ଦେଇଛନ୍ତି । ସେ ତାଙ୍କ ଅଧିକାରିକ୍ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ଏକ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ତାଙ୍କ ପୁଅ ରୋହିତଙ୍କ ହାତ ଆଙ୍ଗୁଳିକୁ ଧରିଥିବା ନଜର ଆସୁଛି ।