ନୂଆଦିଲ୍ଲୀ : ଟେଲି ଅଭିନେତ୍ରୀ ଅନିତା ହସନନ୍ଦାନି ମଙ୍ଗଳବାର ଦିନ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହା ପୂର୍ବରୁ ଅନିତାଙ୍କ ସ୍ୱାମୀ ରୋହିତ୍ ରେଡ୍ଡୀ ଅନିତାଙ୍କ ଗର୍ଭାବସ୍ଥା ସମୟର ଏକ ଫଟୋ ସେୟାର କରି ସେମାନେ ବାପା-ମା ହେବାକୁ ଯାଉଥିବାର ଖୁସିଖବର ଜଣାଇଥିଲେ ।
ଅନିତା ଏବଂ ତାଙ୍କ ସ୍ୱାମୀ ନିଜ ପିଲାକୁ ନେଇ ବେଶ ଉତ୍ସାହିତ ଥିଲେ । ପୁଅ ଜନ୍ମ ହେବା ପରେ, ରୋହିତ ତୁରନ୍ତ ନିଜ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ଏହାର ସୂଚନା ଦେଇଥିଲେ ।
ପୋଷ୍ଟ ସେୟାର କରିବା ପରେ, ରୋହିତ୍ ଏବଂ ଅନିତାଙ୍କୁ ଫ୍ୟାନ୍ସମାନଙ୍କ ସମେତ, ଅନେକ୍ କଳାକାର ମାନେ ମଧ୍ୟ ଶୁଭକାମନା ଜଣାଇଛନ୍ତି ।
ଏହା ପୂର୍ବରୁ ମଧ୍ୟ ସେ ଏକ ଭିଡିଓ ସେୟାର କରି, ସେମାନେ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଥିବା କଥା ଜଣାଇଥିଲେ ।
ପ୍ରକାଶ ଥାଉକି , ଅନିତା ଅନେକ୍ ଟିଭି ସିରିଏଲରେ କାମ କରିବା ସହିତ, ଅନେକ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଫିଲ୍ମ ଦୁନଆଁରେ ସେ ବିଶେଷ ସଫଳତା ହାସଲ କରିପାରିନଥିଲେ ସତ, କିନ୍ତୁ ଟେଲି ଦୁନିଆଁରେ ସେ ବେଶ ସଫଳତା ହାସଲ କରିଛନ୍ତି ।