ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମୃଣାଳ ଠାକୁର୍ । ଟେଲି ସିରିଏଲରୁ କ୍ୟାରିୟର ଆରମ୍ଭ କରି, ଧିରେ ଧିରେ ବଲିଉଡରେ ପାଦ ଥାପି ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି ମୃଣାଳ । ଏସବୁ ପରେ ଏବେ ୱେବ୍ ଦୁନିଆଁରେ ରହିଛି ତାଙ୍କ ନଜର । ଗୋଟେ ପ୍ଲାଟଫର୍ମରୁ ଆଉ ଏକ ପ୍ଲାଟଫର୍ମକୁ ଯାଇ, କାମ କରିବାର ଲକ୍ଷ ସେ ସବୁବେଳେ ରଖନ୍ତି । ଦେଖିବାକୁ ଗଲେ, କରୋନା ମହାମାରୀ ସମୟରେ ୱେବ୍ ଦୁନିଆଁର ଡିମାଣ୍ଡ ମଧ୍ୟ ଅଧିକ ବଢି ଯାଇଥିବା କୁହନ୍ତି ମୃଣାଳ । ଏହି ଜଟିଳ ପରିସ୍ଥିତି ମଧ୍ୟରେ, ଡିଜିଟାଲ ପ୍ଲାଟଫର୍ମର ଲୋକପ୍ରିୟତା ବଢିବା ସହିତ, କଳାକାର ମାନେ ଏବେ ଏହି ଦିଗକୁ ଆପଣାଇବାକୁ ଚାହୁଁଛନ୍ତି । ତେବେ ଏବେ ଅଭିନେତ୍ରୀ ମୃଣାଳଙ୍କ ହାତରେ ଅଭିନେତା ଶାହିଦ୍ କପୁରଙ୍କ ସହ ‘ଜର୍ସି’ , ଏବଂ ଫରହାନ୍ ଅଖତରଙ୍କ ସହ, ‘ ତୁଫାନ୍’ରହିଛି । ଏହା ସହିତ ଆଉ କିଛି ଫିଲ୍ମରେ ମଧ୍ୟ ସେ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତୀତ କିଛି ୱେବ୍ ଶୋ’ ପାଇଁ ସେ ଏବେ ମେକରର୍ସଙ୍କ ସହିତ ଚର୍ଚ୍ଚା ଚଳାଇଛନ୍ତି । ଡିଜିଟାଲ ପ୍ଲଟଫର୍ମ ମାଧ୍ୟମରେ ତାଙ୍କୁ ସମସ୍ତେ ଦେଖନ୍ତୁ ଏବଂ ପ୍ରଶଂସା କରନ୍ତୁ ବୋଲି ମୃଣାଳ ଚାହାଁନ୍ତି । ସବୁଦିନ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ତାଙ୍କର ଇଚ୍ଛା ।