ସେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ‘ କାଲି ମୋ ସହିତ ଏକ ଅଘଟଣ ଘଟିଛି , ପାଖାପାଖି ସଂଧ୍ୟା ୭.୪୫ ସମୟରେ । ବାନ୍ଦ୍ରାର ୧୪ ରୋଡରେ ବୁଲୁଥିଲି । ସେ ସମୟରେ ଅଚାନକ ଦୁଇ ଜଣ ଲୋକ ପଛରୁ ବାଇକରେ ଆସି ,ମୋ ମୁଣ୍ଡକୁ ମାରିଥିଲେ । ଯାହା ଫଳରେ ମୁଁ କିଛି ସମୟ ପାଇଁ , ମୁଁ କିଛି ଜାଣି ପାରି ନଥିଲି । ଆଉ ସେତେବେଳେ ସେ ମୋ ହାତରୁ ମୋ ଫୋନ ଛଡାଇନେଲେ । ଆଉ ମୁଁ କିଛି କରିବା ପୂର୍ବରୁ ସେମାନେ ଚାଲି ଯାଇଥିଲେ । ୩-୪ ସେକେଣ୍ଡ ପାଇଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ଯେ ଏସବୁ କ’ଣ ହେଉଛି । ଏହାପରେ ମୁଁ ବାଇକ ପଛରେ ଦୌଡିଥିଲି କିନ୍ତୁ ସେମାନେ ବହୁତ୍ ଦୂରକୁ ବାହାରି ଯାଇଥିଲେ । ସେଠାରେ ଥିବା କିଛି ଲୋକ ମୋର ସାହାଯ୍ୟ କରିଥିଲେ , କିନ୍ତୁ ସେମାନେ ସେଠାରୁ ବହୁତ୍ ଦୂରକୁ ଚାଲି ଯାଇଥିଲେ ।
କିନ୍ତୁ ଖୁସିର କଥା ଯେ, ମୁଁ କାନ୍ଦୁଥିବା ସମୟରେ ସେଠାରେ ଥିବା କିଛି ଲୋକ ମତେ ଶାନ୍ତ କରିଥିଲେ ଏବଂ ପାଣି ପିଆଇଥିଲେ । ଏହାପରେ ମୁଁ ପୁଲିସ ଷ୍ଟେସନ ଯାଇଥିଲି । ଏବଂ ମୁଁ ଆଶା କରୁଛି ଏମିତି ଘଟଣା ଆଉ କାହା ସାଥିରେ ନଘଟୁ ।