For sake of bollywood movie #Adipurush,
it seems Ravan converted to Islam & came in Avatar of Babar, Taimur 😂😂😂😂😂😂 pic.twitter.com/GMZglKijIT — THE GOLDEN EAGLE 🪷 (@PoliticalEagles) October 3, 2022
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହିଛନ୍ତି ଯେ ରାବଣ ଜଣେ ଶିବ ଭକ୍ତ । ହେଲେ ସୈଫ ରାବଣଙ୍କ ଲୁକରେ ବିଦେଶୀ ମୁସଲମାନ ଆକ୍ରମଣକାରୀଙ୍କ ଭଳି ଦେଖା ଯାଉଛନ୍ତି । କେହି କେହି ତାଙ୍କୁ ଔରଙ୍ଗଜେବ, ତୈମୁର, ଆଲାଉଦିନ ଖିଲିଜି, ମୋହମ୍ମଦ ଗଜନୀ, ବାବର ଭଳି ମୁସଲମାନ ଆକ୍ରମଣକାରୀଙ୍କ ଭଳି ଦେଖା ଯାଉଥିବା ଲେଖିଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହିଛନ୍ତି ଯେ ରାବଣ ଏକ ବିଦ୍ୱାନ ବ୍ରାହ୍ମଣ ଥିଲା, ହେଲେ ଏହି ଫିଲ୍ମରେ ସୈଫ ଅଲୀ ଖାନକୁ ମଡର୍ଣ ହେୟରକଟ ଓ ଲମ୍ବା ଦାଢୀ ସହ ଦେଖାଯାଇଛି ।ଲୋକ ମାନେ କହିଛନ୍ତି ଯେ ରାବଣ ଭୂମିକାରେ ଅଭିନୟ କରିଥିବା ସୈଫ ଖିଲିଜୀ ପରି ଦେଖା ଯାଉଛନ୍ତି ।ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି ଯେ ସୈଫଙ୍କୁ ଦେଖି ଏପରି ଲାଗୁଛି ଯେ ରାମାୟଣର ରାବଣ ଧର୍ମ ପରିବର୍ତନ କରି ଇସଲାମ ସ୍ୱୀକାର କରି ନେଇଛନ୍ତି ।
Am I the only one who thinks Saif looks more like an IsIamic invαժer than Ravan in #Adipurush? pic.twitter.com/KdBHfy0Njt — BHK🇮🇳 (@BeingBHK) October 2, 2022
ଆଉ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ – କଣ ମୁଁ ହିଁ ଏକୁଟିଆ ଭାବୁଛି ନା ଆଉ ବି କେହି ଏମିତି ଭାବୁଛନ୍ତି ଯେ ସୈଫ ଆଦି ପୁରୁଷରେ ରାବଣ ଭଳି ଦେଖା ନ ଯାଇ ମୁସଲମାନ ଆକ୍ରମଣକାରୀ ଭଳି ଦେଖା ଯାଉଛନ୍ତି ।ଗାୟତ୍ରୀ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି – ରାବଣ ବିଦ୍ବାନ ବ୍ରାହ୍ମଣ ଥିଲା । ସେ ଶିବ ତାଣ୍ଡବ ସ୍ତ୍ରୋତ ରଚନା କରିଥିଲେ। ସେ ବେଦର ବିଦ୍ବାନ ଥିଲା ଓ ମହାନ ଜ୍ୟୋତିଷ ମଧ୍ୟ ଥିଲା । ସୈଫ ଅଲୀ ଖାନଙ୍କ ରୂପ କୌଣସି ଦୃଷ୍ଟିରୁ ରାବଣର ଭଳି ଲାଗୁ ନାହିଁ।ଅମିତ ଏସ ରାଜପୁତ ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି – ମୁଁ ଏବେ ଆଦିପୁରୁଷର ଟିଜର ଦେଖିଲି । ଏହି ଫିଲ୍ମଟି ଅତ୍ୟନ୍ତ ନିରାଶାଜନ । ଏହା କୌଣସି ଦୃଷ୍ଟିରୁ ରାମାୟଣ ଭଳି ଦେଖା ଯାଉ ନାହିଁ । ଅତ୍ୟନ୍ତ ସାଧାରଣ ବିଏଫଏକ୍ସ , ଅଧିକାଂଶ ହଲିଉଡ ଫିଲ୍ମରୁ କପି କରାଯାଇଛି ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।