ନୂଆଦିଲ୍ଲୀ : ଅନେକ ଫିଲ୍ମରେ କାମ କରି ସାରିଥିବା ବର୍ଷିଆନ୍ ଅଭିନେତ୍ରୀ ସବିତା ବଜାଜ୍ ନିକଟରେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ସୂଚନା ଦେଇଥିଲେ । ନିକଟରେ ସେ ଆର୍ଥିକ ସୟାୟତା ପାଇଁ ଲୋକଙ୍କୁ ଗୁହାରୀ ମଧ୍ୟ କରିଥିଲେ । ତାଙ୍କର ସମସ୍ତ ଜମାଟଙ୍କା ସରି ଯିବାପରେ ତାଙ୍କର ଚଳିବା କଷ୍ଟକର ହୋଇ ପଡିଥିବା କଥା ସେ କହିଥିଲେ । ନିକଟରେ ପୁଣି ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବା ପରେ, ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଉ ଏବେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଯାଇଛନ୍ତି । ଅଭିନେତ୍ରୀ ନୁପୁର ଅଳଙ୍କାର ଏହାର ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ଏବେ ନୁପୁର ଅଳଙ୍କାର ତାଙ୍କର ଦେଖାଶୁଣା କରୁଛନ୍ତି । ମିଡିଆ ସହ କଥାବାର୍ତ୍ତା କରିବା ସମୟରେ ସେ ଏକଥା କହିଥିଲେ । ସେ ଏକଥା ମଧ୍ୟ କହିଛନ୍ତି ଯେ, ସବିତା ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ବହୁତ୍ ଖୁସି ଅଛନ୍ତି । ଏହା ସହିତ ସେ ସୋନୁ ସୁଦଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଯିଏକି ତାଙ୍କ ପାଇଁ ଅକ୍ସିଜେନ ବ୍ୟବସ୍ଥା କରିଥିଲେ ।