ନିକଟରେ ପ୍ରଭାସ-ଅନୁଷ୍କାଙ୍କର ଜଣେ ବଡ ଫ୍ୟାନ୍ ଆଦିପୁରୁଷର ଏକ ବଡ ପୋଷ୍ଟର ତିଆରି କରିଛନ୍ତି । ଭଗବାନ ରାମଙ୍କ ଭୂମିକାରେ ପ୍ରଭାସ ଓ ସୀତାଙ୍କ ଭୂମିକାରେ ଅନୁଷ୍କାଙ୍କୁ ସ୍ଥାନିତ କରାଯାଇଛି ଯାହାକି ବର୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗୁଥିବା ବେଳେ ଲୋକେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ।
ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ, ପ୍ରଭାସଙ୍କ ଆଦିପୁରୁଷରେ ଅନୁଷ୍କା ସେଟ୍ଟୀଙ୍କୁ ସୀତା ଭୂମିକା ମିଳିବ ଏବଂ ପ୍ରଭାସ ରାମ ଭୂମିକାରେ ଦେଖାଦେବେ । ଏହାକୁ ଅସ୍ୱିକାର କରିବା ସହ ତାଙ୍କ ପାଖରେ ଏପରି କ୍ୟୈଣସି ସୂଚନା ନାହିଁ ବୋଲି ସେ କହିଥିଲେ । ସୀତା ଭୂମିକାରେ ମୁଁ ଫିଲ୍ମରେ ଅଭିନୟ କରୁନାହିଁ କିମ୍ବା ୟୂନିଟର କେହିବି ମୋ ପାଖକୁ ଆସିନାହାନ୍ତି । ଏହା ସହିତ ସେ ପ୍ରଶଂସକଙ୍କୁ ଏଭଳି ଭିତିହୀନ କଥାରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି । ଯଦି ତାଙ୍କ ନିକଟକୁ ଏଭଳି କ୍ୟୈଣସି ଅଭିନୟ ପାଇଁ ପ୍ରସ୍ତାବ ଆସେ ତେବେ ସେ ନିଶ୍ଚୟ ସମସ୍ତଙ୍କୁ ଏ ବିଷୟରେ ଜଣାଇବେ ।
ରିପୋର୍ଟ ଅନୁଯାୟୀ ଅକ୍ଟୋବର ୨୩ରେ ଏହି ଚଳଚିତ୍ର ନିର୍ମାତା ମାନେ ଏ ପ୍ରୋଜେକ୍ଟର ମୁଖ୍ୟ ଅଭିନେତ୍ରୀଙ୍କ ବିଷୟରେ ଘୋଷଣା କରିବେ ବୋଲି ଆଶା କରାଯାଉଛି । ଦର୍ଶକ ଏହି ଦୁଇ ଅଭିନେତା-ଅଭିନେତ୍ରୀଙ୍କୁ ଏକତ୍ର ପରଦାରେ ଦେଖିବାକୁ ଚାହୁଁଥିବା ବେଳେ ବର୍ତମାନ ଦୁହେଁ ନିଜ ନିଜ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ବହୁ ପ୍ରତିକ୍ଷୀତ ଚଳଚିତ୍ର ରାଧା ଶ୍ୟାମ୍ ର ସୁଟିଂ ଆରମ୍ଭ କରିବାକୁ ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଭାସ । ଏଥିରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅଛନ୍ତି ପୂଜା ହେଗଡେ ।