ବିବାହ ଫଟୋରେ ଏହି ଦମ୍ପତି ଟ୍ରାଡିସନାଲ ଆଉଟଫିଟରେ ନଜର ଆସିଛନ୍ତି ଏବଂ ପରସ୍ପର ମଧ୍ୟରେ ହଜିଯାଇଛନ୍ତି । ବିବାହ ଘୋଷଣା କରିବାବେଳେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରିବାବେଳେ ଅଭିନେତ୍ରୀ ଏକ ହୃଦୟସ୍ପର୍ଶୀ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ଆଦିତି ଲେଖିଛନ୍ତି, “ତୁମେ ମୋର ସୂର୍ଯ୍ୟ, ମୋର ଚନ୍ଦ୍ର ଏବଂ ମୋର ସମସ୍ତ ତାରା....ଅନନ୍ତକାଳ ପାଇଁ ଆମେ ସୋଲମେଟ୍ ରହିବା....ହସିବା ପାଇଁ, କେବେ ବଡ଼ ନହେବା ପାଇଁ … ଅନନ୍ତକାଳ ପ୍ରେମ କରିବା ପାଇଁ, ଆଲୋକ ଏବଂ ଯାଦୁ ପାଇଁ, ମିସେସ୍ ଆଣ୍ଡ ମିଷ୍ଟର୍ ଅଦୁ-ସିଦ୍ଧୁ ।
ଆଦିତି-ସିଦ୍ଧାର୍ଥ ସେମାନଙ୍କ ବିବାହର ଅନେକ ଫଟୋ ଶେୟାର କରିଛନ୍ତି । ଯାହା ଦର୍ଶାଏ ଯେ ଏହି ଦମ୍ପତି ମନ୍ଦିରରେ ବିବାହ କରିଥିଲେ । କନ୍ୟା ସାଜିଥିବା ଅଦିତି ବହୁତ ସୁନ୍ଦର ଲାଗୁଥିଲେ । ସେ ନିଜ କେଶରେ ‘ଗଜରା’ ଲଗାଇଥିଲେ ଏବଂ ଅଳ୍ପ ମେକ୍ ଅପ୍ କରିଥିଲେ । ସେ ନିଜ ସାଦଗୀରେ ମଧ୍ୟ ବହୁତ ସୁନ୍ଦର କନ୍ୟା ଲାଗୁଥିଲେ, ଯେଉଁଠାରେ ତାଙ୍କ ବର ଅର୍ଥାତ୍ ସିଦ୍ଧାର୍ଥ ଧଳା ରଙ୍ଗର କୁର୍ତ୍ତା ଏବଂ ଧୋତିରେ ନଜର ଆସିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର