କରଣ ମୁମ୍ବାଇରେ ଏବେ ତାଙ୍କ ଶୋ' `ବାତେ କୁଛ ଅନକହି ସି ' ଶୁଟିରେ ବ୍ୟସ୍ତ ଅଛନ୍ତି। ସେପଟେ ନିଧି ତାଙ୍କ ପ୍ୟାରେଣ୍ଟସଙ୍କ ସହ ଶିଫ୍ଟ ହୋଇଯାଇଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଦୁହିଁଙ୍କ ସମ୍ପର୍କରେ ଗତ କିଛି ମାସ ହେଲା ତିକ୍ତତା ଆସିଥିଲା। ଆପୋଷ ସହମତିରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ତେବେ କରଣ ତାଙ୍କ ଡିଭୋର୍ସକୁ ନେଇ କିଛି ମତ ଦେଇ ନ ଥିବାବେଳେ ନିଧି ତାଙ୍କ ଡିଭୋର୍ସକୁ ନେଇ କନଫର୍ମେଶନ କରିଛନ୍ତି। ସେ କହିଛନ୍ତି ଯେ, ଗତ ୧ ବର୍ଷ ହେଲା ଆମେ ଅଲଗା ରହୁଥିଲୁ। ୩ମାସ ହେଲା ଆମର ଡିଭୋର୍ସ ହୋଇଛି।
ତେବେ ନିଧି ବି ଜଣେ ଟେଲି ଅଭିନେତ୍ରୀ। ସେ `ମେରେ ଡାଡ କି ଦୁଲହନ', `କିସ୍ମତ କା ଖେଲ', `ଶ୍ରୀମଦ ଭାଗବତ ମହାପୁରାଣ'ରେ ନଜର ଆସିଛନ୍ତି। ଏବେ ସେ ଟିଭିରୁ ବ୍ରେକ ନେଇ ଇଣ୍ଟିରିୟର କାମରେ ଫୋକସ କରିଛନ୍ତି। ଯଦି ତାଙ୍କୁ କିଛି ଭଲ ଅପ୍ସନ ମିଳେ ତାହାଲେ ସେ ମୁମ୍ବାଇ ବ୍ୟାକ କରିବେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର