ରାହୁଲ କହିଛନ୍ତି ମୁଁ ଡବଲ ଖୁସି କାରଣ ମୋ ଝିଅର ଜନ୍ମଦିନ ଆଉ ମୋ ଜନ୍ମଦିନ ଗୋଟିଏ ଦିନର। ଆଉ ମୋତେ ଦିଶା ଲାଇଫର ସବୁଠୁ ବଡ଼ ଗିଫ୍ଟ ଦେଇଛନ୍ତି। ରାହୁଲ ଘରେ ପହଞ୍ଚୁ ପହଞ୍ଚୁ ଘରେ ସମସ୍ତେ ଖୁସି। ଜେଜେବାପା, ଜେଜେମା'ଙ୍କ ସମେତ ରାହୁଲଙ୍କ ଭଉଣୀ ଶ୍ରୁତି ମଧ୍ୟ ଦିଶାଙ୍କ ଝିଅକୁ ଦେଖି ଭାରି ଖୁସି।
ରାହୁଲ ବିଗବସ ୧୪ରେ ଜଣେ କଣ୍ଟେଷ୍ଟଣ୍ଟ ଥିଲେ ସେତେବେଳେ ସେ କହିଥିଲେ ମୋର ଝିଅ ଦରକାର। ମୁଁ ଚାହେଁ ମୋ ଘରକୁ ଲକ୍ଷ୍ମୀ ମାତା ଆସନ୍ତୁ। ତେବେ ଆଜି ରାହୁଲଙ୍କ ସ୍ବପ୍ନ ସତ ହୋଇଛି। ତାଙ୍କ ଘରକୁ ସୁନ୍ଦରୀ ପରୀଟିଏ ଆସିଛି। ହସ୍ପିଟାଲରୁ ବାହାରି ଦିଶା କହିଛନ୍ତି ଆମକୁ କିଛି ଦରକାର ନାହିଁ ଖାଲି ମୋ ଝିଅକୁ ସମସ୍ତେ ଆଶୀର୍ବାଦ କରନ୍ତୁ। ଫ୍ୟାନମାନେ ଦିଶାଙ୍କ ଝିଅକୁ ଢେର ସାରା ଶୁଭକାମନା ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...