ନୂଆଦିଲ୍ଲୀ : ବିଗବସ୍ ସିଜିନ୍-୧୪ ସରିବା ପରେ, ଏବେ ବିଗ୍ବସ୍ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନେ ପାର୍ଟି କରିବା ମୁଡ୍ରେ ଅଛନ୍ତି । ସମସ୍ତେ ନିଜ ନିଜ ଅନ୍ଦାଜରେ ଛୁଟି କାଟିବା ପାଇଁ ପ୍ଲାନିଂ କରୁଛନ୍ତି । ଠିକ୍ ସେମିତି ଡ୍ରାମା କୁଇନ୍ ନାଁରେ ଜଣାଶୁଣା ଅଭିନେତ୍ରୀ ରାକ୍ଷୀ ସାୱନ୍ତ , ମଧ୍ୟ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଛନ୍ତି ।
ରାକ୍ଷୀ ସାୱନ୍ତ ମୁମ୍ବାଇରେ ବିଗ୍ବସ୍ର ନିଜ ସାଙ୍ଗମାନଙ୍କ ପାଇଁ ଏକ ପାର୍ଟି ରଖିଥିଲେ, ଉକ୍ତ ପାର୍ଟିରେ ବିଗ୍ବସ୍ ସିଜିନ୍ ୧୪ର ଅନେକ୍ ପ୍ରତିଯୋଗୀ ଆସି ପହଞ୍ଚିଥିଲେ । ସମସ୍ତେ ସାଥିରେ ସମୟ ବିତାଇଥିଲେ । ଏବଂ ଏହି ମୁହୂର୍ତ୍ତକୁ ବେଶ ଏନଜଏ କରିଥିଲେ । ଏହି ପାର୍ଟିରେ ସାଙ୍ଗମାନଙ୍କ ସହ ମିଶି କେକ୍ କାଟିଥିଲେ ରାକ୍ଷୀ ।
ସୂଚନାଯୋଗ୍ୟ : ବିଗ୍ବସ୍ ଟପ୍ ୫ ପ୍ରତିଯୋଗୀଙ୍କୁ ୧୪ ଲକ୍ଷ ଟଙ୍କା ନେଇ ଶୋ’ ଛାଡିବାର ସୁଯୋଗ ମଧ୍ୟ ଦିଆଯାଇଥିଲା । ତୁରନ୍ତ ଏହି ସୁଯୋଗକୁ ଆପଣାଇ ନେଇଥିଲେ ରାକ୍ଷୀ ସାୱନ୍ତ । ସଙ୍ଗେସଙ୍ଗେ ସେ ଶୋ’ ଛାଡିବାର ନିଷ୍ପତି ନେଇଥିଲେ । ଏବଂ ସେ ଟପ୍ ୫ ରୁ ସର୍ବପ୍ରଥମେ ବାହାରିଥିବା ପ୍ରତିଯୋଗୀ ଥିଲେ । ରାକ୍ଷୀ କହିଥିଲେ ଯେ, ତାଙ୍କୁ ଟଙ୍କାର ବହୁତ୍ ଆବଶ୍ୟକତା ଅଛି । ତାଙ୍କ ମା’ ଅସୁସ୍ଥ ଅଛନ୍ତି । ଆଉ ତାଙ୍କ ଚିକିତ୍ସା ପାଇଁ ଟଙ୍କାର ଆବଶ୍ୟକତା ରହିଛି ।
ପ୍ରକାଶ ଥାଉକି, ରାକ୍ଷୀ ସାୱନ୍ତଙ୍କ ମା’ କ୍ୟାନସରରେ ପୀଡିତ ଅଛନ୍ତି । ଏବଂ ସେ ଚିକିତ୍ସିତ ହେଉଛନ୍ତି । ରାକ୍ଷୀ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଯାହାପରେ ଅନେକ୍ କଳାକାର ତାଙ୍କର ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ ।