ସାଧାରଣ ଝିଅଙ୍କ ଠାରୁ ଆରମ୍ଭ କରି , ଅନେକ ବଲିଉଡ ସୁନ୍ଦରୀ ମଧ୍ୟ ତାଙ୍କର ଫ୍ୟାନ୍ସ ଅଛନ୍ତି । ଏହା ସହିତ ରଣବିରଙ୍କୁ ଭଲପାଉଥିବା ଜଣେ ଷ୍ଟାର କିଡ୍ ହେଉଛନ୍ତି ଅଭିନେତ୍ରୀ ଐଶର୍ଯ୍ୟା ଓ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆରାଧ୍ୟା ଥରେ ରଣବିରଙ୍କୁ ବାପା ବୋଲି ମଧ୍ୟ କହିଥିଲେ ।
୨୦୧୬ ମସିହାରେ ପରଦାକୁ ଆସିଥିବା ଫିଲ୍ମ ଏ ଦିଲ ହେ ମୁସକିଲ୍ ରେ ରଣବୀର ଓ ଐଶ୍ବର୍ଯ୍ୟା ଦୁହେଁ ଖୁବ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଥିଲେ । ଏଥିରେ ଦୁହିଁଙ୍କ ଯୋଡିକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏହି ଫିଲ୍ମର ପ୍ରମୋଶନ ସମୟରେ ଐଶ୍ବର୍ଯ୍ୟା କହିଥିଲେ ଯେ, ଆରାଧ୍ୟା ରଣବିରଙ୍କୁ ବହୁତ ପସନ୍ଦ କରେ ଓ ଆରାଧ୍ୟାର କ୍ରଶ୍ ହେଉଛନ୍ତି ରଣବୀର । କେବଳ ଏତିକି ନୁହେଁ , ରଣବିରଙ୍କୁ ଦେଖିଲେ ଆରାଧ୍ୟା ଲାଜେଇ ଯାଏ । ଏହା ପରେ ସବୁଠାରୁ ମଜା କଥା କହିଥିଲେ କି ରଣବିରଙ୍କୁ ଆରାଧ୍ୟା ନିଜ ପିତା ବୋଲି ଭାବି ଦେଇଥିଲେ । ଦିନେ ଆରାଧ୍ୟା ରଣବିରଙ୍କୁ ଆଲିଙ୍ଗନ କରିବାକୁ ଦୌଡି ଯାଇଥିଲେ । ସେ ଭାବିଥିଲେ କି ସେ ଅଭିଷେକ୍ ବୋଲି । କାରଣ ସେ ଅଭିଷେକଙ୍କ ପରି ଜ୍ୟାକେଟ୍ କ୍ୟାପ୍ ପିନ୍ଧିଥିଲେ । ଏଥିପାଇଁ ସେ ଜାଣି ନପାରି ଆଲିଙ୍ଗନ କରିଥିଲେ । ଏହା ସହ ଅଭିନେତ୍ରୀ କହିଛନ୍ତି ଯେ, ସେ ରଣବୀରଙ୍କୁ ଅଙ୍କଲ ଡାକନ୍ତି ନାହିଁ ବରଂ ଆର.କେ ଡାକିବାକୁ ପସନ୍ଦ କରନ୍ତି ।