କ୍ରାଇମ ବ୍ରାଞ୍ଚ ଟିମ୍ ରାଜ କୁନ୍ଦ୍ରାଙ୍କ ଘରେ ରେଡ୍ କରିବା ସମୟରେ ରାଗି ଯାଇଥିଲେ ଶିଳ୍ପା ସେଠୀ । ଆଉ ସ୍ୱାମୀଙ୍କ ଉପରେ ଚିଲ୍ଲେଇଥିଲେ । କହିଥିଲେ, ଆମ ପାଖରେ ତ ସବୁ ଅଛି...ଏସବୁ କରିବା କଣ ଦରକାର ଥିଲା ।
ସୁତ୍ରରୁ ମଧ୍ୟ ଜଣାପଡିଛି ଯେ, ରେଡ୍ ସମୟରେ ଶିଳ୍ପାଙ୍କୁ ମଧ୍ୟ ଜେରା କରାଯାଇଥିଲା । ଏହି ସମୟରେ ଶିଳ୍ପା ଭାଙ୍ଗିପଡିଥିଲେ । ଏହାପରେ ଶିଳ୍ପା ଓ ରାଜଙ୍କ ମଧ୍ୟରେ ଖୁବ ଜୋରରେ ଝଗଡା ହୋଇଥିଲା । ସେ ରାଗି ଯାଇ କହିଥିଲେ ଆମ ପାଖରେ ତ ସବୁ ଅଛି ଏହା କରିବା କଣ ଦରକାର ଥିଲା । ପର୍ଣ୍ଣ ଫିଲ୍ମ ଯୋଗୁଁ ଦୁହିଁଙ୍କ ଘର ଭାଙ୍ଗି ଯାଇପାରେ ବୋଲି ଚର୍ଚ୍ଚା ହେଉଛି ।