ଆଶା ଦିଦି ଚୟନରେ ଅନିୟମିତତା ଅଭିଯୋଗ
ନୂଆଦିଲ୍ଲୀ : ଏସ୍ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ’ଆର୍ଆର୍ଆର୍’ ରେ ଅଭିନେତ୍ରୀ ଆଲିଆ ଭଟ୍ଟ,ଏନ୍ଟିଆର୍ ଜୁନିଅର୍ ଏବଂ ରାମ ଚରଣଙ୍କ ଫାଷ୍ଟ ଲୁକ୍ ଜାରି କରାଯାଇ ସାରିଛି । ହେଲେ ଏବେ ୨ ଏପ୍ରିଲ ,ମାନେ ଅଜୟ ଦେବଗନଙ୍କ ଜନ୍ମଦିନ ଅବସରରେ ଅଭିନେତାଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିବାକୁ ଯାଉଛି । ଅଜୟ ଦେବଗନ୍ ନିଜେ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ୍ ଏକ ଖାସ୍ ଭୂମିକାରେ ନଜର ଆସିବେ ।
ଅଜୟ ଦେବଗନ୍ ଲେଖିଛନ୍ତି ଯେ, ଫିଲ୍ମର ଅଂଶ ହୋଇ ଭଲ ଅନୁଭବ ହେଉଛି । ରାଜାମୌଲି ଯେଉଁଭଳି ଭାବେ ମୋର କ୍ୟାରେକ୍ଟର ଡିଜାଇନ୍ କରିଛନ୍ତି , ମୁଁ ଲୋକମାନଙ୍କୁ ଦେଖାଇବାକୁ ଆଉ ଅପେକ୍ଷା କରି ପାରିବି ନାହିଁ... ‘ । ପ୍ରକାଶ ଥାଉକି, ୨ ଏପ୍ରିଲରେ ଅଜୟ ଦେବଗନଙ୍କର ଜନ୍ମଦିନ ।
ଏହି ଫିଲ୍ମରେ ରାମ ଚରଣ ଏବଂ ଅଜୟ ଦେବଗନ୍ଙ୍କ ବ୍ୟତୀତ ସାଉଥ୍ ସୁପରଷ୍ଟାର ଜୁନିଅର୍ ଏନ୍ଟିଆର୍ ଏବଂ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଲିଡ୍ ରୋଲରେ ନଜର ଆସିବେ ।