Big_Breaking: ଜେଲରୁ ଯୋଜନା!
ଅର୍ଗସ ବ୍ୟୁରୋ: ବଲିଉଡ ଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ଟ୍ଵିଟ କରିଛନ୍ତି। ସେ ହୋମ କ୍ଵାରେଣ୍ଟାଇନରେ ଅଛନ୍ତି ଏବଂ ଦରକାରୀ ପଦକ୍ଷେପ ମଧ୍ୟ ନେଉଛନ୍ତି।
ତାଙ୍କ ସଂସ୍ପର୍ଷରେ ଯେଉଁମାନେ ଆସିଛନ୍ତି ସମସ୍ତଙ୍କ ଟେଷ୍ଟ କରିବା ସହ ନିଜ ନିଜର ଯତ୍ନ ନେବା କଥା ସେ କହିଛନ୍ତି। କରୋନାର କାୟା ଆସ୍ତେ ଆସ୍ତେ ପୁଣି ବଢୁଥିବାର ଦେଖିବାକୁ ମିଳୁଛି। ଜଣକ ପରେ ଜଣେ ସେଲିବ୍ରେଟି କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି।