ଅମୀର ଖାନ୍ଙ୍କର ଫିଲ୍ମ ଲାଲ୍ ସିଂହ ଚଡ୍ଡା ଓ ଆଲିଆ ଭଟ୍ଟଙ୍କର ‘ଡାର୍ଲିଂ’କୁ ବୟକଟ୍ କରାଯାଉ ବୋଲି ସୋସିଆଲ୍ ମିଡିଆରେ ଅଭିଯାନ ଜାରି ରହିଛି। ଏହି ଘଟଣାକୁ ନେଇ ଅକ୍ଷୟ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି। ଅକ୍ଷୟ କୁମାରଙ୍କ ପରବର୍ତ୍ତୀ ଫିଲ୍ମ ‘ରକ୍ଷା ବନ୍ଧନ’ ଖୁବ୍ଶୀଘ୍ର ପରଦା ଉପରକୁ ଆସିବାକୁ ଯାଉଛି। ଆନନ୍ଦ ଏଲ୍ ରାୟଙ୍କର ନିର୍ଦ୍ଦେଶିତ ଏହି ଫିଲ୍ମଟି ଟାଇଟଲରୁ ସମ୍ପୂର୍ଣ୍ଣ ପାରିବାରିକ ବୋଲି ଜଣାପଡ଼ୁଛି।
ଆହୁରି ଅଧିକ ମନୋରଞ୍ଜନ ଖବର ପଢନ୍ତୁ ।
ଫିଲ୍ମ ବୟକଟ୍ ନାରାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଖିଲାଡି କୁମାର

ଅର୍ଗସ ବ୍ୟୁରୋ: ରାଗରେ ଗର ଗର ଖିଲାଡି ବୟ। କହିଲେ ଦୁଷ୍ଟ ଲୋକମାନେ ଫିଲ୍ମ ବୟକଟର ନାରା ଦିଅନ୍ତି। ନିଜ ଫିଲ୍ମ ‘ରକ୍ଷା ବନ୍ଧନ’କୁ ପ୍ରମୋଟ୍ କରିବା ଆସିଥିବା ଅକ୍ଷୟ କୁମାର ମିଡିଆକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି। ସେ କହିଛନ୍ତି “ଭାରତ ଏକ ମୁକ୍ତ ରାଷ୍ଟ୍ର, ତେଣୁ ଯିଏ ଯାହା ଚାହିଁବି କରିପାରିବ।” ତେବେ ଫିଲ୍ମ ବୟକଟ ନ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ହିନ୍ଦୀ ସିନେମା ବୟକଟ୍କୁ ନେଇ ଆନ୍ଦୋଳନ ତୀବ୍ର ହେଉଛି।
Download Argus News App
