ହିନ୍ଦୁସ୍ତାନ ଟାଇମ୍ସଙ୍କ ସହ ଇଣ୍ଟରଭ୍ୟୁ ମାଧ୍ୟମରେ ଡାଇରେକ୍ଟର ଅଭିଶେକ୍ ଶର୍ମା ଫିଲ୍ମ ସହ ଜଡିତ କିଛି କଥା କହିଥିଲେ । ସେ କହିଥିଲେ ଯେ, ଅକ୍ଷୟ କୁମାର ଏବେ ମାଲଦୀପରେ ପରିବାର ସହିତ ଛୁଟି କଟାଉଛନ୍ତି । ସେଠାରୁ ଫେରିବା ପରେ ସେ ତାଙ୍କର ପୂର୍ବ ନିର୍ଦ୍ଧାରିତ ଫିଲ୍ମର ସୁଟିଂରେ ଲାଗିପଡିବେ । ୮୦ ପ୍ରତିଶତ ଫିଲ୍ମର ସୁଟିଂ ମୁମ୍ବାଇରେ ହେବ । ସେ ରାମ୍ ସେତୁ ଫିଲ୍ମରେ ଅକ୍ଷୟ କୁମାରଙ୍କ ଲୁକ୍କୁ ନେଇ ମଧ୍ୟ ଚର୍ଚ୍ଚା କରିଥିଲେ ।
ସେ କହିଥିଲେ ଯେ, ଏଥିରେ ଅକ୍ଷୟ କୁମାର ଏକ ଜବରଦସ୍ତ ଭୂମିକାରେ ନଜର ଆସିବେ । ଏଥିରେ ତାଙ୍କ ଫ୍ୟାନ୍ସମାନେ ଅକ୍ଷୟଙ୍କର ଏକ ନୂଆ ଅବତାର୍ ଦେଖିବାକୁ ପାଇବେ । ଏଥିରେ ଫ୍ୟାମିଲି ଲିଡ୍ସ୍ରେ ଜ୍ୟାକାଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୁସ୍ରତ୍ ଭରୁଚା ନଜର ଆସିବେ । ଦୁହେଁ ଏଥିରେ ମ୍ଜବୁତ୍ ଏବଂ ଆତ୍ମନିର୍ଭରଶୀଳ ମହିଳାଙ୍କ କ୍ୟାରେକ୍ଟର ପ୍ଲେ କରିବେ ।