ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ, ଲୋକଙ୍କର ପ୍ରତ୍ୟେକ ଜିନିଷ ଉପରେ ନଜର ରଖେ ଏବଂ ଶ୍ରେୟ ବି ଦିଏ । ଏବଂ ସବୁଠୁ ଖୁସିର କଥା ହେଉଛି ଅର୍ଥ ଉପାର୍ଜନ କରିବା ଏବଂ ଏହାକୁ ଦେଶ ପାଇଁ ନିୟୋଜିତ କରିବା । ଏହା ହେଉଛି ସର୍ବୋତ୍ତମ ଖୁସି ମଧ୍ୟରୁ ଗୋଟେ ।
ବଲିଉଡରେ ସବୁଠାରୁ ସର୍ବୋଚ୍ଚ ଦରମା ପାଉଥିବା ଆକ୍ଟର ମାନଙ୍କ ଭିତରେ ଅକ୍ଷୟ କୁମାର ବେଶ ଆଗରେ । ଫିଲ୍ମକୁ ଛାଡିଲେ ବିଭିନ୍ନ ବ୍ରାଣ୍ଡ ଏଣ୍ଡୋରେସମେଣ୍ଟରୁ ସେ ଅଧିକ ପଇସା ପାଇଥାନ୍ତି । ତେବେ ଏନେଇ ତାଙ୍କର ଅନେକ ଫ୍ୟାନ୍ସମାନେ ବେଶ ଖୁସି ଅଛନ୍ତି । ସେମାନେ ଟ୍ଵିଟ୍ କରି ଅକ୍ଷୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଜଣେ ଫ୍ୟାନ ତାଙ୍କୁ କର୍ତ୍ତବ୍ୟବୋଧ ନାଗରିକ ବୋଲି ସମ୍ବୋଧନ କରିଛନ୍ତି । ଆଉ ଜଣେ ଅକ୍ଷୟଙ୍କ ହେର୍ଟର୍ସ ଉଦ୍ଦେଶ୍ୟରେ ଟ୍ଵିଟ କରି ଲେଖିଛନ୍ତି,ଅକ୍ଷୟଙ୍କ ଅନେକ ହେଟର୍ସମାନେ ତାଙ୍କୁ କାନାଡିଆନ କୁହନ୍ତି,ଏବଂ ସେ ଜଣେ ବିଶ୍ଵସ୍ତରୀୟ ସୁପରଷ୍ଟାର ନୁହେଁ ବୋଲି ଦାବି କରନ୍ତି । ଏତଦସତ୍ତ୍ଵେ ବି ସେ ଅନ୍ୟ ଆକ୍ଟର ମାନଙ୍କ ଠାରୁ ବିଗତ ୫ ବର୍ଷ ହେବ ସଵୁଠାରୁ ଅଧିକ କରଦାତା ଭାବେ ସମ୍ମାନିତ ହୋଇଛନ୍ତି । ଯାହା ଏକ ଗୌରବର କଥା ।
ତେବେ ଫିଲ୍ମ କଥା କହିଲେ,ଅକ୍ଷୟ କୁମାରଙ୍କ ଏକ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମଟି ହେଉଛି “ରକ୍ଷା ବନ୍ଧନ” । ଯେଉଁଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଭୁମି ପାଡନେକର । ଏହି ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ ହେବାକୁ ଯାଉଛି ।
ମନୋରଞ୍ଜନ ଖବର ଆହୁରି ପଢନ୍ତୁ ।