ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
ନୂଆଦିଲ୍ଲୀ : ବଲିଉଡର ପ୍ରସିଦ୍ଧ ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲିଙ୍କ ଆଜି ଜନ୍ମଦିନ । ୨୪ ଫେବୃୟାରୀରେ ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ସେ ତାଙ୍କର ଆଗାମୀ ଫିଲ୍ମ Gangubai kathiawadiର ଫାଷ୍ଟ ଲୁକ୍ ରିଲିଜ୍ କରିଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକଦମ୍ ଜବରଦସ୍ତ ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ତି । କେବଳ ଏତିକି ନୁହେଁ ,ଏହି ଫଲ୍ମର ରିଲିଜ୍ ଡେଟ୍ ମଧ୍ୟ ସାମ୍ନାକୁ ଆସିଛି । ୩୦ ଜୁଲାଇରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଆଲିଆ ଭଟ୍ଟଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ଦର୍ଶକ ବେଶ ଉତ୍ସାହିତ ହୋଇ ଅଛନ୍ତି ।
ପ୍ରକାଶ ଥାଉକି, ଅଭିନେତ୍ରୀ ଆଲିଆ ଭଟ୍ଟ ଏହା ପୂର୍ବରୁ ଫିଲ୍ମ’ସଡକ୍-୨’ରେ ନଜର ଆସିଥିଲେ । ହେଲେ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ବେଶି କିଛି ଧମାଲ୍ କରିପାରିନଥିଲା । ଏବେ ସେ ସାଉଥ୍ ଫିଲ୍ମ’ଆରଆରଆର’ ଏବଂ ରଣବୀର କପୁରଙ୍କ ସହ ଫିଲ୍ମ’ବ୍ରହ୍ମାସ୍ତ୍ର’ରେ କାମ କରୁଛନ୍ତି ।