ସେ ସେୟାର କରିଥିବା ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହା ସହିତ ତାଙ୍କର ଏହି କଠିନ ପରିଶ୍ରମ ଦେଖି , ସମସ୍ତେ ବେଶ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି ।
ଯୋଗ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଆଲିଆ

ନୂଆଦିଲ୍ଲୀ : ନିଜ ଅଭିନୟ ସହିତ ଓ୍ବାର୍କଆଉଟ ଏବଂ ନିଜ ସ୍ବାସ୍ଥ୍ୟକୁ ପ୍ରଥମ ପ୍ରାଥମିକତା ଦିଅନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ସବୁବେଳେ ସେ ଜିମ୍,ଯୋଗ ଆଦି କରୁଥିବାର ଫଟୋ, ଭିଡିଓ ସେୟାର କରୁଥିବା ମଧ୍ୟ ଦେଖିବାକୁ ମିଳେ । ଠିକ ସେମିତି ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ, ସେ ସେ ତାଙ୍କର ମୁମ୍ବାଇ ସ୍ଥିତ ଘରେ ଯୋଗ କରୁଥିବା ନଜର ଆସୁଛନ୍ତି । ଏହା ତାଙ୍କର ଲିଭିଂ ରୁମର ଫଟୋ ଅଟେ । ଏଥିରେ ଆଲିଆ ଯୋଗ ମ୍ୟାଟରେ ଏକ କଠିନ ଯୋଗାସନ କରୁଥିବା ନଜର ଆସୁଛନ୍ତି ।
Download Argus News App
