ଆଲିଆ ଦୀପାବଳୀରେ ଦୁଇଟି ଫଟୋ ପୋଷ୍ଟ କରିଥିଲେ । ଗୋଟିଏରେ, ସେ ଏକ ଦୀପ ଏବଂ ଆଲୋକ ସହିତ ଠିଆ ହୋଇଛନ୍ତି । ସେ ଏହି ଫଟୋରେ ଏକ ନୀଳ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ ଟିକେ ଆଲୋକ … ଶୁଭ ଦୀପାବଳି । କେବଳ ଏତିକି ନୁହେଁ, ଏହା ସହିତ ଆଉ ଏକ ଫଟୋରେ ସେ ରଣବୀର କପୁରଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସୁଛନ୍ତି । ଏବଂ ଏହି ଫଟୋରେ ସେ, ଲେଖଛନ୍ତି ଯେ, ‘ଟିକିଏ ପ୍ରେମ … ଶୁଭ ଦୀପାବଳି।’ । ତେବେ ତାଙ୍କର ଏହି ଫଟୋ ଏବେ ବେଶ ଭାଇରାଲ ହେଉଛି । ଏହା ସହିତ ଫ୍ୟାନ୍ସମାନେ ଏଥିରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।