ନୂଆଦିଲ୍ଲୀ : କରୋନା ସଂକ୍ରମିତ ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ଗତ କିଛିଦିନ ଧରି ବଲିଉଡର ଅନେକ୍ କଳାକାର କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି । ଠିକ୍ ସେମିତି ଏବେ କରୋନାର ଶିକାର ହୋଇଛନ୍ତି ଆଲିଆ ଭଟ୍ଟ । କିଛିଦିନ ପୂର୍ବରୁ ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଯାହା ଫଳରେ ଆଲିଆ ମଧ୍ୟ ତାଙ୍କର କରୋନା ଟେଷ୍ଟ କରାଇଥିଲେ । ହେଲେ ସେତେବେଳେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ ଏବେ ଆଲିଆ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଯେଉଁଥିପାଇଁ ପୁଣି ଥରେ ‘ଗଙ୍ଗୁବାଇ କାଠିଆୱାଡି’ର ସୁଟିଂ ଆଜିଠାରୁ ରୋକା ଯାଇଛି ।
ଆଲିଆ ଇନ୍ଷ୍ଟାଗ୍ରାମ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ଏବଂ ଫ୍ୟାନ୍ସମାନଙ୍କୁ କହିଛନ୍ତି ଯେ, ଡାକ୍ତର ଦେଇଥିବା ପରାମର୍ଶ ସେ ପାଳନ କରୁୁଛନ୍ତି । ସେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ମୁଁ କରୋନା ସଂକ୍ରମିତ ହୋଇଛି । ମୁଁ ନିଜକୁ ସମସ୍ତଙ୍କ ଠାରୁ ଅଲଗା କରି, ଘରେ ଏକୁଟିଆ ଅଲଗା ଅଛି । ଡାକ୍ତର ଦେଇଥିବା ସବୁ ପରାମର୍ଶ ମୁଁ ପାଳନ କରୁଛି । ଆପଣମାନଙ୍କ ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ । ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଧ୍ୟାନ ରଖନ୍ତୁ ‘ ।