ଏହି ଭିଡିଓରେ ଆଲିଆ ତାଙ୍କ ଅଜା ନରେନ୍ଦ୍ର ରାଜଦାନଙ୍କର ଜନ୍ମଦିନ ଖୁବ ଧୁମଧାମରେ ସେଲିବ୍ରେଟ କରିଥିଲେ। ଆଲିଆଙ୍କର ତାଙ୍କ ଅଜାଙ୍କ ସହ ଏକ ଭଲ ବଣ୍ଡିଂ ଥିଲା। ଅଜା ନରେନ୍ଦ୍ରଙ୍କ ମୃତ୍ୟୁରେ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆଲିଆ ଆଉ ମଧ୍ୟ ଲେଖିଛନ୍ତି, ମୋ ଅଜା ଖୁବ ଷ୍ଟ୍ରଙ୍ଗ ଥିଲେ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଜୀବନକୁ ଉପଭୋଗ କରୁଥିଲେ। ମୋ ଅଜା ଭଲ ଗଲ୍ଫ ଖେଳୁଥିଲେ। ମୃତ୍ୟୁତ ସବୁବେଳେ ସତ୍ୟ। ବହୁତ କଷ୍ଟ ଲାଗୁଛି ମୋ ଅଜା ଆଉ ନାହାନ୍ତି। କିନ୍ତୁ ସବୁବେଳେ ଖୁସିରେ ଜୀବନକୁ ବଞ୍ଚିବାକୁ ଆମ ସମସ୍ତଙ୍କୁ ଶିଖେଇ ଯାଇଛନ୍ତି। ମୋ ଅଜା ଆମ ସାଥୀରେ ସବୁବେଳେ ରହିବେ। ଆଉ ଏକ ଜନ୍ମରେ ପୁଣି ଭେଟ ହେବ। ଲଭ ୟୁ ଫରେଭର ନାନା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର