Headlines 7PM
ଭୁବନେଶ୍ୱର: ଦୀର୍ଘ 9 ମାସର ବ୍ୟବଧାନ ପରେ ଆଜିଠୁ ଖୋଲିବ ସମସ୍ତ ସିନେମା ହଲ୍। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏସଓପିକୁ ମାନି ସିନେମା ହଲ ଗୁଡିକ ଖୋଲାଯାଉଛି । ବିଶେଷ ଭାବେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦିଆଯାଇଛି ।
କରୋନା କାଳରେ ସିନେମା ହଲ ଖୋଲୁଥିବାରୁ ଏଥର ଟିକେଟ ଲେସ କରିବାକୁ ପଦକ୍ଷେପ ନିଆଯାଇଛି । ଅର୍ଥାତ ଗ୍ରାହକ ଅନଲାଇନ ଟିକେଟ ବୁକ କରିବା ସହ କ୍ୟୁଆର କୋଡ଼ ସ୍କାନ କରିକି ଟିକେଟ କନଫର୍ମ କରିବେ । ଆଉ ହଲ ଭିତରେ ଫୁଡ ଅଡ଼ର କରିପାରିବେ । ଏହା ସହ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ଦୁଇଟି ଚେୟାର ମାଧ୍ୟ୍ୟରେ ଗୋଟିଏ ଚେୟାର ଫାଙ୍କା ରଖାଯାଉଛି ।