ନିକଟରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଯେଉଁଠାରେ ଅଲୁ ଅର୍ଜୁନଙ୍କୁ ମନୋରଞ୍ଜନ ଶିଳ୍ପ ପାଇଁ ‘ଇଣ୍ଡିଆନ୍ ଅଫ୍ ଦି ଇୟର’ ପୁରସ୍କୃତ କରାଯାଇଥିଲା। ଏହି ସମ୍ମାନ ଜିତିବା ପରେ ଅଲ୍ଲୁ କହିଛନ୍ତି, ୨୦ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛି। ମୁଁ ସାଉଥରେ ଅନେକ ପୁରସ୍କାର ପାଇଛି। ପ୍ରଥମ ଥର ପାଇଁ ମୁଁ ଉତ୍ତରରୁ କୌଣସି ପୁରସ୍କାର ପାଇଛି, ତେଣୁ ଏହା ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ।
କେବଳ ଏତିକି ନୁହେଁ, ଏହା ସହିତ ଅଲୁ ଅର୍ଜୁନ ‘ପୁଷ୍ପା’, ପୁଷ୍ପରାଜ, ଝୁକେଗା ନେହିଁ ଶାଲା’ର ଡାଏଲଗକୁ ଏକ ନୂଆ ଟ୍ଵିଷ୍ଟ ଦେଇ କହିଛନ୍ତି ଇଣ୍ଡିଆ ସିନେମା... ଇଣ୍ଡିଆ କଭି ଝୁକେଗା ନେହିଁ। ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ଲୋକମାନେ ଅଲୁଙ୍କର ଏହି ସ୍ବାଗ ଦେଖି ଖୁବ୍ ପସନ୍ଦ କରିଥିଲେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।