ନୂଆଦିଲ୍ଲୀ : ଅଭିନେତା ଅଲି ଗନି, ବିଗ୍ବସ୍ ସିଜିନ୍ ୧୪ ପରେ ବେଶ ଚର୍ଚ୍ଚାରେ ରହୁଥିବା ଦେଖିବାକୁ ମିଳୁଛି । ସେ ତାଙ୍କ କାମ ଏବଂ ଲୁକ୍ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାରେ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ୍ ମଧ୍ୟ କିଛି କମ୍ ନାହାଁନ୍ତି । ନିକଟରେ ଅଲି ଗନି ଫ୍ୟାନ୍ସମାନଙ୍କ ସହ ଏକ ଆସ୍କ ମି ଏନିଥିଙ୍ଗ୍ ସେସନ୍ ରଖିଛନ୍ତି । ଯେଉଁଥିରେ ଜଣେ ଫ୍ୟାନ୍ସ ଅଲି ଗନିଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ରଖି ଦେଇଛନ୍ତି । ଏହାପରେ ଅଲି ମଧ୍ୟ ସେ ଫ୍ୟାନ୍ସଙ୍କୁ ନିରାଶ ନକରି ମଜାଦାର ଜବାବ୍ ରଖିଛନ୍ତି ।
ଅଲି ଗନି ଜାବାବ୍ରେ ଗର୍ଲଫ୍ରେଣ୍ଡ ଏବଂ ବେଷ୍ଟ ଫ୍ରେଣ୍ଡ ଜସ୍ମିନ୍ ଭାସିନ୍ଙ୍କ ଫଟୋ ସେୟାର କରି କହିଛନ୍ତି ଯେ, ୟାଙ୍କ ଠାରୁ ଅନୁମତି ନେବାକୁ ପଡିବ । ଠିକ୍ ସେହିପରି ଅନ୍ୟ ଜଣେ ଫ୍ୟାନ୍ସ ତାଙ୍କୁ ପଚାରିଛନ୍ତି ଯେ, ଜସ୍ମିନ୍ ଭାସିନ୍ ଏବଂ ଖାଇବା ଏହା ମଧ୍ୟରୁ କାହାକୁ ବାଛିବେ । ଏହାର ମଧ୍ୟ ବେଶ୍ ମଜାଦାର ଜବାବ୍ ଦେଇଛନ୍ତି ସେ । ସେ କହିଛନ୍ତି ଯେ,’ ତନ୍ଦୁରୀ ଜସ୍ମିନ୍ ଟିକେ ଗାର୍ଲିକ୍ ଚଟଣୀ ସହିତ’ ।