ମୁମ୍ବାଇ: ରାଗିଛନ୍ତି ବିଗବସ ଫେମ ଆକ୍ଟର ଅଲି ଗୋନି । ନିକଟରେ ସେ ଟ୍ୱିଟରରୁ ଦୂରେଇ ଯିବାର ନିଷ୍ପତି ନେଇଛନ୍ତି । ପ୍ରକୃତରେ ଅଭିନେତାଙ୍କ ଭଉଣୀ କିଛି ଦିନରୁ ଟ୍ୱିଟରରେ ଟ୍ରୋଲର ସମ୍ମୁଖୀନ ହେଉଥିଲେ। କିଛି ୟୁଜର୍ସ ଅଲିଙ୍କ ଭଉଣୀକୁ ନେଇ ନେଗେଟିଭ ଏବଂ ଅଶ୍ଳୀଳ ଜିନିଷ ଲେଖୁଥିଲେ । ଜଣେ ଭାଇ ହିସାବରେ ସେ ଏସବୁକୁ ଦେଖି ପାରି ନଥିଲେ । ଯାହା ଫଳରେ ସେ ଟ୍ରୋଲ୍ସଙ୍କୁ ଉତ୍ତମ,ମଧ୍ୟମ ଶୁଣାଇଥିଲେ । ଏହାପରେ ସେ ଟ୍ୱିଟରରୁ ବ୍ରେକ ନେବାର ନିଷ୍ପତି ନେଇଛନ୍ତି ।
ଅଲି ଗନି ଟ୍ୱିଟ କରି ଲେଖିଛନ୍ତି ଯେ, ‘ ମୁଁ ଦେଖିଲି କି କିଛି ଆକାଉଂଟସ ମୋ ଭଉଣୀକୁ ଗାଳି ଦେଉଛନ୍ତି । ନେଗେଟିଭ କଥା କହୁଛନ୍ତି । ଏସବୁ ଜିନିଷକୁ ମୁଁ ଅଣଦେଖା କରେ । ହେଲେ ଏହା ଏପରି ଜିନିଷ, ଯାହାକୁ ମୁଁ ଅଣଦେଖା କରିପାରିବି ନାହିଁ । ମୋ ପରିବାରକୁ ଏଠାକୁ ଆଣ ନାହିଁ । ମୁଁ ବହୁତ୍ ରାଗିଛି । ମୋ ଆକାଉଂଟକୁ ମଧ୍ୟ ମୁଁ ଡିଲିଟ କରିପାରେ ।
ଠିକ୍ ସେହିପରି ଦ୍ୱିତୀୟ ଟ୍ୱିଟରେ ଅଲି ଲେଖିଛନ୍ତି, ‘ମୁଁ କିଛି ସମୟ ପାଇଁ ଟ୍ୱିଟରରୁ ବିରତି ନେଉଛି।