ଅମିତାଭ୍ ବଚ୍ଚନ୍ ତାଙ୍କର ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ ଦୀପାବଳି ର ଶୁଭକାମନା’ । ତାଙ୍କର ଏହି ଫଟୋରେ ଫ୍ୟାନ୍ସମାନେ ନିଜ ନିଜର କମେଂଟ୍ ଦେବାରେ ଲାଗିଛନ୍ତି । ଫଟୋରେ ଦୁହେଁ ମିଶି ଫୁଲଝରୀ ଜଳାଇବା ସହିତ ଜୟା ବଚ୍ଚନ୍, ଅମିତାଭ୍ ବଚ୍ଚନ୍ଙ୍କ ହାତ ଧରିଥିବା ଦେଖିବାକୁ ମିଳୁଛି । ଏହି ଫଟୋକୁ ଏବେ ଯାଏଁ ୪ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଛି । ଏହା ପ୍ରଥମ ଥର ନୁହେଁ ଯେ, ସୁପରଷ୍ଟାର ଅଭିତାଭ୍ ବଚ୍ଚ୍ନ୍ ସୋସିଆଲ ମିଡିଆରେ ଫଟୋ ସେୟାର କରି ଚର୍ଚ୍ଚାରେ ରହିଛନ୍ତି ବରଂ ସେ ସବୁବେଳେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ବଲିଉଡ ସୁପରଷ୍ଟାର ଅମିତାଭ୍ ବଚ୍ଚନ୍ ଏବେ କୋନ୍ ବନେଗା କୋରଡ୍ପତି ଶୋ’ ହୋଷ୍ଟ କରୁଥିବା ଦେଖିବାକୁ ମିଳୁଛି ।
ଦୀୱାଲିର ଶୁଭକାମନା ଜଣାଇଲେ ବିଗ୍ ବି

ନୂଆଦିଲ୍ଲୀ : ଦୀୱାଲିର ଏକ ଦିନ ପୂର୍ବରୁ ଛୋଟି ଦୀୱାଲି ପାଳନ କରାଯାଇଥାଏ । ଛୋଟି ଦୀୱାଲିର ଏହି ଖାସ୍ ଅବସରରେ ବଲିଉଡର ସୁପରଷ୍ଟାର୍ ଅମିତାଭ୍ ବଚ୍ଚନ ଇନ୍ଷ୍ଟାଗ୍ରାମ୍ ଓ ଟ୍ୱିଟର୍ରେ ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ଶୁଭକାମନା ଜଣାଇଛନ୍ତି । ଅଭିତାଭ୍ ବଚ୍ଚନ୍ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଓ ଜୟା ବଚ୍ଚନ୍ ସାଥିହୋଇ ଫୁଲଝରୀ ଜଳାଉଥିବା ନଜର ଆସୁଛନ୍ତି । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
Download Argus News App
