ନିଜର କର୍ମବହୁଳ ଜୀବନରୁ ଫୁରସତ ପାଇଲେ, ସେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତି । ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଥିବା ବିଗ ବି, ଏକ କବିତା ପଢି ଅଭିଷେକଙ୍କ ଉପରେ ଭରସା ଦର୍ଶାଇଛନ୍ତି । କବିତା ଶୁଣି ଅଭିଷେକ ଭାବବିହ୍ବଳ ହୋଇ ପଡିଛନ୍ତି ।
ଇନଷ୍ଟାଗ୍ରାମରେ ବିଗ୍ ବି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କବିତା ପଢ଼ୁଥିବା ନଜର ଆସୁଛନ୍ତି । ଭିଡିଓ ସେୟାର କରି ବିଗ ବି ପ୍ରେମ ଓ ବିଶ୍ୱାସରେ ଭରା ନିଜ ପିତା ହରିବଂଶ ରାୟ ବଚ୍ଚନଙ୍କ ପଂକ୍ତି କ୍ୟାପ୍ସନରେ ଲେଖିଛନ୍ତି, ‘ମୋ ପୁଅ, ପୁଅ ହେବାରୁ ମୋର ଉତ୍ତରାଧିକାରୀ ହେବନାହିଁ। ଯିଏ ମୋର ଉତ୍ତରାଧିକାରୀ ହେବ ସେ ମୋ ପୁଅ ହେବ। ମୋ ପୁଅ, ମୋ ଉତ୍ତରାଧିକାରୀ…ମୋ ଅଭିମାନ।’ ପିତାଙ୍କ ଏହି ପଂକ୍ତି ଶୁଣି ଅଭିଷେକ ବଚ୍ଚନ ଉତ୍ତର ଦେଇଛନ୍ତି, ସ୍ପିଚଲେସ। ଥାଙ୍କ ୟୁ ପାପା। ଏସବୁ ମୋ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ।