ଅର୍ଗସ ବ୍ୟୁରୋ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ। ଛୋଟଠୁ ବଡ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଫ୍ୟାନ। ତାଙ୍କ ଷ୍ଟାଇଲ, ଆକ୍ସନ, ଡାଏଲଗ, ତାଙ୍କ ଫିଲ୍ମ ସମସ୍ତଙ୍କର ଭାରି ପ୍ରିୟ। କୌନ୍ ବନେଗା କରୋଡ ପତିରେ ହୋଷ୍ଟିଂ ହେଉ କି ଫିଲ୍ମ ସବୁଥିରେ କିଛି ନିଆରା ଢ଼ଙ୍ଗରେ ନଜର ଆସନ୍ତି ଏହି ଅଭିନେତା । ଆଗକୁ ତାଙ୍କର ଅନେକ ଫିଲ୍ମ ଆସିବାକୁ ଯାଉଛି। ହେଲେ କରୋନା ପାଇଁ ଅମିତାଭଙ୍କ କାମ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।
ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଅମିତାଭ ଲେଖିଛନ୍ତି ଯେ,
‘କାମ ସବୁ ବନ୍ଦ ହୋଇଯାଇଛି । କେବଳ ଦାଢି ବଢୁଛି।'
କରୋନାର ତୃତୀୟ ଲହର ପୁଣି ଥରେ ସମସ୍ତଙ୍କ କାର୍ଯ୍ୟକୁ ପ୍ରଭାବିତ କରିଛି । ମୁମ୍ବାଇରେ ମଧ୍ୟ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି। ଯେଉଁଠାରେ ଶୁଟିଂ ଚାଲିଛି ସେଠାରେ ସମସ୍ତ ସତର୍କତା ଅବଲମ୍ବନ କରାଯାଇଛି।
ସୂଚନାନୁସାରେ, ଯେଉଁଭଳି ଭାବରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଲାଣି, ତାହାକୁ ଦୃଷ୍ଟିରେ ରଖି ପୁଣି କଟକଣା ଜାରି କରାଯାଇଛି।