ନୂଆଦିଲ୍ଲୀ : ଦୀପାବଳି ହେଉ ବା ହୋଲି , ବଲିଉଡ ସୁପରଷ୍ଟାର ଅମିତାଭ୍ ବଚ୍ଚନ୍ କେବେବି ଲୋକମାନଙ୍କୁ ଶୁଭକାମନା ଜଣାଇବାକୁ ଭୂଲନ୍ତି ନାହିଁ । ଆଜି ହେଉଛି ମାର୍ଚ୍ଚ ୮ ତାରିଖ । ସାରା ଦୁନିଆଁରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ମହିଳା ଦିବସ ଅବସରରେ ଅମିତାଭ୍ ବଚ୍ଚନ୍ ତାଙ୍କ ନିଜ ପରିବାର ଠାରୁ ଶୁଭକାମନା ଜଣାଇବା ଆରମ୍ଭ କରିଛନ୍ତି । ସେ ତାଙ୍କ ପରିବାରର ସମସ୍ତ ମହିଳା ସଦସ୍ୟଙ୍କ ଫଟୋ କୋଲାଜ୍ ସେୟାର କରି ମେସେଜ୍ ଦେଇଛନ୍ତି ।
ଅମିତାଭ୍ ବଚ୍ଚନ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା, ତାଙ୍କ ଘରର ମହିଳାଙ୍କର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ସ୍ୱର୍ଗତଃ ମା’, ପତ୍ନୀ ,ଝିଅ, ବହୁ , ନାତୁଣୀ ଏବଂ ପୋତି ନଜର ଆସୁଛନ୍ତି । ଏହା ସହିତ ଅମିତାଭ୍ ବଚ୍ଚନ୍ ୮ ମାର୍ଚ୍ଚକୁ ମହିଳା ଦିବସ ରୁପରେ ସ୍ୱୀକାର କରିବାକୁ ମନା କରିଛନ୍ତି । ତାଙ୍କ କହିବା ଅନୁସାରେ, ପ୍ରତିଦିନ ମହିଳା ଦିବସ ରୁପରେ ମନାଯିବା ଉଚିତ୍ । ସେ ଲେଖିଛନ୍ତି ଯେ, ‘ କହ୍ ରେହେ ଆଜ୍ ନାରୀ ଦିୱସ୍ ହେ । କେୱଲ୍ ଏକ୍ ଦିନ୍ ? ନେହିଁ,ପ୍ରତିଦିନ୍ ନାରୀ ଦିୱସ୍ ହେ’ ।