ଅର୍ଗସ ବ୍ୟୁରୋ: ବିନା ଭେଲିଆନ୍ରେ ଯେପରି ଚ୍ଚଳଚିତ୍ର ଅଧୁରା, ସେପରି ବିନା ଅମରିଶ୍ ପୁରୀରେ ବଲିଉଡ୍ ଫିଲ୍ମ ଜଗତ ଅଧୁରା । ଆଜି ଭେଟେରାନ୍ ଅଭିନେତା ତଥା ଭେଲିଆନ୍ ଅମରିଶ୍ ପୁରୀଙ୍କ ଜନ୍ମ ଦିବସ । ତାଙ୍କ ଅବଦାନ ବଲିଉଡ ପାଇଁ ଅସ୍ମରଣୀୟ । ବଲିଉଡକୁ ସେ ହିରୋ ହେବା ପାଇଁ ଆସିଥିଲେ କିନ୍ତୁ ଭେଲିଆନ୍ ଭୁମିକାରେ ଏତେ ଭଲ କ୍ୟାରିଅର କରିଥିଲେ ଯେ, ଆଜି ମଧ୍ୟ ତାଙ୍କୁ ଟକ୍କର ଦେବା ପାଇଁ କେହି ନାହାନ୍ତି । ତାଙ୍କର ପ୍ରତିଟି ଡାଏଲଗ୍ ଅଭୁଲା ହୋଇ ଆମ ଭିତରେ ସ୍ମରଣୀୟ ହୋଇରହିଛି । ତେବେ ଅମରିଶ୍ ପୁରୀ 1932 ଜୁନ୍ 22 ତାରିଖରେ ଜନ୍ମ ଗ୍ରହର କରିଥିଲେ ଓ 2005 ଜାନୁଆରୀ 12ରେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଥିଲେ ।

1984ମସିହାରେ ହଲିଉଡ୍ ଫିଲ୍ମ ‘Indiana Jones and the Temple of Doom’ରେ ଅମରିଶ୍ ପୁରୀଙ୍କ ଭୂମିକାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । 1986 ମସିହାରେ ସୁପରହିଟ୍ ଫିଲ୍ମ ‘ନଗୀନା’ ରେ ଅମରିଶ୍ ପୁରୀ ବାବା ଭାଲେନାଥଙ୍କ ଭୁମିକା କରିଥିଲେ । ସେ ଏଥିରେ ଏକ ସାପ କେଳାର ଭୁମିକା କରିଥିଲେ, ଯେଉଁଥିରେ ଦର୍ଶକ ତାଙ୍କ ଲୁକସ୍ ଓ ଆକ୍ଟିଙ୍ଗକୁ ବହୁତ ପସନ୍ଦ କରିଥିଲେ । 1987ରେ ‘ମିଷ୍ଟର ଇଣ୍ଡିଆ’ ଫିଲ୍କରେ ଅମରିଶ ପୁରୀଙ୍କ ଡାଏଲଗ୍କୁ ଦର୍ଶକ କେବେ ଭୁଲିପାରିବେ ନାହିଁ । ଆଜି ବି ‘ମୁକାମ୍ବୋ ଖୁସ୍ ହୁଆ’ ଡାଏଲଗ୍ ଓଠକୁ ଆସିଯାଏ ।

ସେହିପରି 90sଙ୍କ ପାଇଁ ‘ଦିଲଓ୍ୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ଚିର ସ୍ମରଣୀୟ ଫିଲ୍ମ । ଏଥିରେ ଅମରିଶ୍ ପୁରୀ କାଜଲ୍ଙ୍କ ବାପା ଭୁମିକାରେ ଥିଲେ । ତାଙ୍କ ‘ଜା ସିମରନ୍ ଜା ଜିଲେ ଅପନି ଜିନ୍ଦେଗୀ’ ଏକ ଅଭୁଲା ଡାଏଲଗ୍ । 1997ରେ ‘କୋୟଲା’ ଫିଲ୍ମ ରିଲିଜ ହୋଇଥିଲା । ଏହି ଫିଲ୍ମ ବକ୍ସ୍ ଅଫିସରେ ଧମାକା ମଚାଇ ଦେଇଥିଲା । ଏଥିରେ ମଧ୍ୟ ନିଜ ଭୁମିକା ରାଜା ସାହେବରେ ବେଶ୍ ଚର୍ଚ୍ଚିତ ହୋଇଥିଲେ ଅମରିଶ୍ ପୁରୀ । 2001ରେ ସୁପରହିଟ୍ ଫିଳ୍ମ ‘ଗଦ୍ଦର’ ରିଲିଜ ହୋଇଥିଲା । ଫିଲ୍ମରେ ଅଭିନେତ୍ରୀ ଅମିଶା ପଟେଲଙ୍କ ପିତା ଭୂମିକା କରିଥିଲେ ଅମରିଶ୍ ପୁରୀ । ଅଭିନେତା ସନୀ ଦେଓଲଙ୍କୁ ଦମଦାର ଟକ୍କର ଦେଇଥିଲେ ଅଶରଫ୍ ଅଲ୍ଲୀ (ଅମରିଶ୍ ପୁରୀ) ।

2001ରେ ଆଉ ଏକ ଫିଲ୍ମ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା ‘ନାୟକ’ । ଏଥିରେ ମୁଖ୍ୟମନ୍ତ୍ରୀ ବଲରାଜ ଚୌହାନ ଭୂମିକା କରିଥିଲେ ଅମରିଶ୍ ପୁରୀ । ଏହି ଚରିତ୍ରକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏପରି ଅନେକ ସୁପର, ବକଲକ୍ ବଷ୍ଟର ଫିଲ୍ମ କରି ଦର୍ଶକଙ୍କ ହୃଦୟରେ ବସିଗଲେ ଭେଟେରାନ୍ ଅଭିନେତା ତଥା ଭେଲିଆନ୍ ଅମରିଶ୍ ପୁରୀ ।


