ରିପୋର୍ଟ ଅନୁଯାୟୀ ୨୨ ବର୍ଷିୟା ଅନନ୍ୟାଙ୍କ ସମ୍ପତ୍ତି ୭୨ କୋଟି ଟଙ୍କା । ସେ ନିଜେ ଏକ ଘର କିଣିଛନ୍ତି ଏବଂ ବାପା ଚଙ୍କି ପାଣ୍ଡେଙ୍କ ଠାରୁ ଅଲଗା ରୁହନ୍ତି । ଫିଲ୍ମ ବ୍ୟତୀତ ସେ ବିଜ୍ଞାପନରେ ମଧ୍ୟ କାମ କରନ୍ତି । ଏଥିରୁ ତାଙ୍କର ଅଧିକ ରୋଜଗାର ହୋଇଥାଏ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ଅନନ୍ୟା । ଫ୍ୟାନ ଫଲୋଇଙ୍ଗ ମଧ୍ୟ କିଛି କମ୍ ନୁହଁନ୍ତି ତାଙ୍କର ।
ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସହ ଅଭିନେତ୍ରୀ ଅନନ୍ୟାଙ୍କର ଭଲ ବନ୍ଧୁତା ଅଛି । କେବଳ ଆର୍ଯ୍ୟନ ନୁହଁନ୍ତି, ସୁହାନା ଖାନଙ୍କର ମଧ୍ୟ ସେ ଘନିଷ୍ଠ ବନ୍ଧୁ ଅଟନ୍ତି । ତେବେ ଆର୍ଯ୍ୟନ ଏବଂ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ହ୍ବାଟସପ ଚାଟ୍ ନିକଟରେ ଏନସିବି ହାତରେ ଲାଗିଛି । ଦୁହିଁଙ୍କ ମଧ୍ୟରେ ଡ୍ରଗ୍ସ ସମ୍ପର୍କରେ କଥାବାର୍ତ୍ତା ହୋଇଥିବା ଜଣାପଡିଛି । ଏହାପରେ ଅନନ୍ୟା ମଧ୍ୟ ଡ୍ରଗ୍ସ ସେବନ କରୁଥିବା ସନ୍ଦେହ କରୁଛି ଏନସିବି ।