ତେବେ ଏହାର ପ୍ରଭାବ ଏବେ ଅନନ୍ୟାଙ୍କ ଫିଲ୍ମ କ୍ୟାରିୟର ଉପରେ ପଡୁଥିବା ନଜର ଆସୁଛି । ଖବର ଅନୁଯାୟୀ, ଆର୍ଯ୍ୟନଙ୍କ ଡ୍ରଗ୍ସ କେସରେ ନା ଆସିବା ପରେ, ଏବେ ଅନନ୍ୟାଙ୍କୁ ସାଉଥ୍ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମରୁ ବାହାର କରି ଦିଆଯାଇଛି ।
ସାଉଥ୍ ଫିଲ୍ମର ସୁପରଷ୍ଟାର ହେଉଛନ୍ତି, ଥଲାପତି ବିଜୟ । ଖୁବ୍ ଶୀଘ୍ର ସେ ଫିଲ୍ମ’ଥଲାପତି ୬୬’ରେ ନଜର ଆସିବାକୁ ଯାଉଛନ୍ତି । ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ପାଇଁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ବଛା ଯାଇଥିଲା । ହେଲେ ଖବର ଅନୁଯାୟୀ, ଏବେ ତାଙ୍କୁ ସେଥିରୁ ବାଦ୍ ଦିଆଯାଇଛି ।