ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ମୁମ୍ବାଇ ରେଭ ପାର୍ଟିରେ ଚାଲିଥିବା ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ଏହାପରେ ଏନସିବି ହାତରେ ଲାଗିଛି ଆର୍ଯ୍ୟନ ଏବଂ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ହ୍ପାଟସପ ଚାଟ୍ । ଯେଉଁଥିରେ ଦୁହିଁଙ୍କ ମଧ୍ୟରେ ଡ୍ସଗ୍ସ ବିଷୟରେ କଥାବାର୍ତ୍ତା ହୋଇଥିବା ଜଣା ପଡିଛି । ଏହାପରେ ଗୁରୁବାର ଦିନ ଅନନ୍ୟାଙ୍କ ରେଡ୍ କରିଥିଲା ଏନସିବି । ଏବଂ ଅନନ୍ୟାଙ୍କୁ ଜମନ ଜାରି କରିଥିଲା । କିନ୍ତୁ ଦୁଇଦିନ ପଚରାଉଚୁରା ପରେ ବି ସରିନି ଏନସିବିର ଜେରା । ପୁଣି ଆସନ୍ତା ସୋମବାର ଦିନ ପାଇଁ ତାଙ୍କୁ ସମନ୍ ଜାରି କରାଯାଇଛି ।
ଅନ୍ୟପଟେ, ଗତ ଶୁକ୍ରବାର ଦିନ ଅନନ୍ୟାଙ୍କୁ ଏନସିବି ଅଧିକାରୀ ଡ୍ରଗ୍ସ ବାବଦରେ ପ୍ରଶ୍ନ କରିଥିଲେ । ଏହା ସହିତ ଆର୍ଯ୍ୟନଙ୍କ ବିଷୟରେ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଥିଲେ । କିନ୍ତୁ ଅନେକ ପ୍ରଶ୍ନର ଉତ୍ତର ମନେ ପଡୁ ନାହିଁ ବୋଲି କହିଥିଲେ ଅନନ୍ୟା । କିନ୍ତୁ ସେହି ପଚରାଉଚୁରା ପରେ ତାଙ୍କ ଠାରୁ ଅନେକ ତଥ୍ୟ ପାଇଛି ଏନସିବି । ଯେଉଁଥିପାଇଁ ଦୀର୍ଘ ସମୟ ଧରି ପଚରାଉଚରା ପରେ ବି, ପୁଣି ସମୟ ନେଇଛି ।