
ନୂଆଦିଲ୍ଲୀ : କରୋନା କାଳରେ ଅନେକ ସେଲିବ୍ରେଟି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଖବର ସାମ୍ନାକୁ ଆସିଛି । ଏବେ ପୁଣି ଥରେ ସେମିତି ଏକ ଖବର ଶୁଣିବାକୁ ମିଳୁଛି । ସିକ୍ରେଟ ମ୍ୟାରେଜ କରିଛନ୍ତି ବଲିଉଡ ଅଭିନେତ୍ରୀ ଅଙ୍ଗିରା ଧର । ତାଙ୍କ ବିବାହର ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶ ଥାଉକି, ଅଙ୍ଗିରା ଧର ଡାଇରେକ୍ଟର ଆନନ୍ଦ ତିଓ୍ବାରୀଙ୍କ ସହିତ ସିକ୍ରେଟ ମ୍ୟାରେଜ କରିଛନ୍ତି । ଏହି ଖବର ସେତେବେଳେ ସମସ୍ତେ ଜାଣିବାକୁ ପାଇଲେ,ଯେତେବେଳେ ଅଙ୍ଗିରା ତାଙ୍କ ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କଲେ । ଦୁହେଁ ୩୦ ଏପ୍ରିଲରେ ବିବାହ କରିଥିବା ଖୁଲାସା କରିଛନ୍ତି । କରୋନା ନିୟମ ପାଳନ କରି ବିବାହ ଉସ୍ବବ ଅନୁଷ୍ଠିତ ହୋଇଥିଲା । ଉଭୟଙ୍କ ପରିବାରର କିଛି ଖାସ୍ ବନ୍ଧୁ ବାନ୍ଧବ ବିବାହ ଉସ୍ବବରେ ସାମିଲ ହୋଇଥିଲେ ।
ବଲିଉଡ ଫିଲ୍ମ’ ଲଭ୍ ପର ସ୍କୋୟାର ଫୁଟ’ ମାଧ୍ୟମରେ ପାଦଥାପିଥିବା ଅଭିନେତ୍ରୀ ଅଙ୍ଗିରା ଧର , ଡାଇରେକ୍ଟର ଆନନ୍ଦ ତିଓ୍ବାରୀଙ୍କ ହାତ ଧରିଛନ୍ତି । ନିକଟରେ ଅଙ୍ଗିରା ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ ୩୦ ଏପ୍ରିଲରେ ମୁଁ ଏବଂ ଆନନ୍ଦ ଆମ ଫ୍ରେଣ୍ଡସିପକୁ ପରିବାର ସଦସ୍ୟ ଏବଂ କିଛି ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହରେ ପରିବର୍ତ୍ତନ କଲୁ ‘।
