ରିପୋର୍ଟ ଅନୁଯାୟୀ, ଅନିଲ ଶର୍ମା ତାଙ୍କ ପୁଅ ଉତ୍କର୍ଷ ଶର୍ମାଙ୍କ ସହ ‘ଗଦର ୨’ର ସୁଟିଂ ପାଇଁ ପୁରାପୁରି ପ୍ରସ୍ତୁତ ହୋଇଛନ୍ତି ।ପୂର୍ବରୁ ହିଁ ଏହାର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ସାରିଛି । ପରିସ୍ଥିତିରେ ସୁଧାର ଆସିବାକୁ କେବଳ ଅପେକ୍ଷା କରିଥିଲେ ନିର୍ମାତା । ଆଉ ଏବେ ଖୁବ୍ ଶୀଘ୍ର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ।
ଫିଲ୍ମ ଗଦର କଥା କହିବାକୁ ଗଲେ, ଫିଲ୍ମର କାହାଣୀ ଠାରୁ ଆରମ୍ଭ କରି ଗୀତ ଏବଂ ଡାଇଲଗ ଯାଏଁ, ବେଶ ହିଟ ହୋଇଥିଲା । ବକ୍ସ ଅଫିସରେ ଜବରଦସ୍ତ ସଫଳତା ମିଳିଥିଲା ଏହି ଫିଲ୍ମକୁ ।