
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବେଶ ଆକ୍ଟିଭ ବଲିଉଡ ଅଭିନେତା ଅନୁପମ ଖେର । ସବୁବେଳେ କିଛି ନା କିଛି ପୋଷ୍ଟ କରି, ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ଏବେ ସେ ତାଙ୍କ ହୋମଟାଉନ ହିମାଚଳରେ ଅଛନ୍ତି । ନିକଟରେ ସେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ହିମାଚଳର ଜଣେ ଲୋକାଲ ଲୋକ ତାଙ୍କୁ ଚିହ୍ନି ପାରିନଥିବା କହିଥିଲେ । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହାରି ମଧ୍ୟରେ ସେ ସମସ୍ତଙ୍କୁ ଭାବବିହ୍ବଳ କରିଦେବା ଭଳି ଆଉ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ, ସେ ଜଣେ ଛୋଟ ପିଲାଙ୍କ ସହିତ ନଜର ଆସୁଛନ୍ତି ।
ଏହି ଭିଡିଓଟି ଅନୁପମ ଖେର ତାଙ୍କର ଅଧିକାରିକ ଟ୍ବିଟର ଆକାଉଂଟରେ ସେୟାର କରିଛନ୍ତି । ଏଥିରେ ସେ ପିଲାଟି ସହିତ କଥାବାର୍ତ୍ତା ହେଉଛନ୍ତି । କଥାବାର୍ତ୍ତା କରିବା ମଧ୍ୟରେ ପିଲାଟି ନିଜ ବାପାଙ୍କୁ ହରାଇଥିବାର ଖୁଲାସା କରିଥିଲେ । ଏହାପରେ ତୁରନ୍ତ ଉକ୍ତ ପିଲାଟିର ସମସ୍ତ ପଢାଖର୍ଚ୍ଚ ଉଠାଇବାର ନିଷ୍ପତି ନେଇଥିଲେ ଅନୁପମ ଖେର ।
ରେଳ ଷ୍ଟେସନରେ ସେ ପିଲାଟି ସହିତ ଅନୁପମ ଖେର ନଜର ଆସୁଛନ୍ତି । ପିଲାଟି ବାରମ୍ବାର ରେଳ ଓ ତାର ଇଞ୍ଜିନ ବିଷୟରେ କହିବାରେ ଲାଗିଛି । ଅନୁପମ ଖେର ପିଲାଟିକୁ କହୁଛନ୍ତି ଯେ, ‘ତୁମେତ ତ ବହୁତ୍ ବାହାଦୂର ‘ । ଏହାପରେ ଅନୁପମ ଖେର ପିଲାଟିକୁ ଟ୍ରାକ ପାର କରି ପ୍ଲାଟଫର୍ମରେ ବୁଲିବାରେ ଲାଗୁଛନ୍ତି ।
ଏହାପରେ କଥାକଥାରେ ପଚାରନ୍ତି ଯେ, ତୁମ ବାପା କାହାନ୍ତି? ଏହାର ଜବାବରେ ସେ ଆକ୍ସିଡାଣ୍ଟରେ ମରି ଯାଇଥିବା କଥା କହିଛି ପିଲାଟି ।
ଏହା ଶୁଣିବା ପରେ ସତେ ଯେପରି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିବା ଭଳି ଅନୁଭବ କରିଥିଲେ ଅନୁପମ ଖେର । ତାପରେ ସେ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରି, ଉକ୍ତ ପିଲାଟିର ସମସ୍ତ ପଢାଖର୍ଚ୍ଚ ଉଠାଇବା କଥା କହିଛନ୍ତି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ, ସିମଲା ପାଖ Jutogh railway stationରେ ମୋର ୫ ବର୍ଷିୟ ହିମାଂଶୁ ସହିତ ଭେଟ ହୋଇଥିଲା । ତାଙ୍କ କଥା ଶୁଣି ମୁଁ ଭାବବିହ୍ବଳ ହୋଇ ପଡିଥିଲି । ମୁଁ ତାଙ୍କ ମା’ଙ୍କୁ କଥା ଦେଇଛି ଯେ, ମୁଁ ତାଙ୍କର ପୁରା ପାଠପଢା ଖର୍ଚ୍ଚ ଉଠାଇବି । ‘ ତାଙ୍କର ଏହି ଭିଡିଓ ଦେଖିବା ପରେ, ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ପ୍ରଶଂସା ମଧ୍ୟ କରୁଛନ୍ତି ।
